Odisha Link
Bridging the Missing Links in Odisha

ହାତୀ ଆକ୍ରମଣରେ ମା’ ଓ ପୁଅ ମୃତ

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା ଜମନକିରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହଦା ପଞ୍ଚାୟତ ଅଖରାଦାଣ୍ଡ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।

ଗୁରୁତର ଅବସ୍ଥାରେ ବାପାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ରିନା ମୁଣ୍ଡା ଓ ପୁଅ ସାହିଦ ମୁଣ୍ଡା। ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ମହଦା ପଞ୍ଚାୟତ ଗଡାକୁନା ଗାଁର ପ୍ରଶାନ୍ତ ମୁଣ୍ଡାଙ୍କ ପରିବାର ନିକଟସ୍ଥ ଅଖରାଦାଣ୍ଡ ଗାଁକୁ ଇଟା ଗଢିବା ପାଇଁ ଯାଇଥିଲେ।

ସେଠାରେ ସେ ତାଙ୍କ ସ୍ତ୍ରୀ ରିନା ମୁଣ୍ଡା ଓ ୧୦ ବର୍ଷର ପୁଅ ସାହିଦ ମୁଣ୍ଡାଙ୍କୁ ନେଇ ଅସ୍ଥାୟୀ କୁଡିଆ କରି ରହୁଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ସେଠାକୁ ଆସି ଅସ୍ଥାୟୀ କୁଡିଆକୁ ଭାଙ୍ଗିବା ସହ ମା’ ଓ ପୁଅଙ୍କୁ ଦଳି ଦେଇଥିଲା।

ଏହାସହ ପ୍ରଶାନ୍ତଙ୍କୁ ମଧ୍ୟ କଚାଡି ଦେଇଥିବା ବେଳେ ତାଙ୍କର ପଞ୍ଜରା ହାଡ ଭାଙ୍ଗିଯାଇଛି । ତାଙ୍କୁ ଚିକିତ୍ସା ପାଇଁ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ମା’-ପୁଅଙ୍କର ମୃତ୍ୟୁ ହୋଇଛି । ବନବିଭାଗ ଓ କୁଚିଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛି।

 

Comments are closed.