Odisha Link
Bridging the Missing Links in Odisha

ମେ’ ୧୯ ପରେ ଘରୋଇ ହସ୍ପିଟାଲରେ ଦିଆଯିବ ଟିକା

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ କରୋନା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। କରୋନାକୁ ମାତ ଦେବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି। ଏହାରି ମଧ୍ୟରେ ଆଜି ଘରୋଇ ହସ୍ପିଟାଲରେ ଟିକାକରଣ ପ୍ରସଙ୍ଗରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ନିଜ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, ଏଣିକି ଟିକା ଆସିଲେ ଘରୋଇ ହସ୍ପିଟାଲକୁ ଦିଆଯିବ। ଟିକାକରଣ ପାଇଁ ଭୁବନେଶ୍ୱରରେ ୩୧ଟି ଘରୋଇ ହସ୍ପିଟାଲ ଚୟନ କରିଥିଲୁ। କିନ୍ତୁ ପର୍ଯ୍ୟନ୍ତ କୌଣସି ଘରୋଇ ହସ୍ପିଟାଲକୁ ଟିକା ଦିଆଯାନାହିଁ। ଆମ ପାଖକୁ ୧.୫ ଲକ୍ଷ ଟିକା ଆସିଥିଲା। ସେଥିପାଇଁ ସ୍ଲଟ ବୁକିଂ ହୋଇଯାଇଛି। ୧୯ ତାରିଖ ପର୍ଯ୍ୟନ୍ତ ସ୍ଲଟ ବୁକିଂ ସରିଥିବାରୁ ସେସବୁ କ୍ୟାନସେଲ କରାଯାଇ ପାରିବନି। ଆମ ପାଖକୁ ଆଉ ଟିକା ଆସିଲେ ଘରୋଇ ହସ୍ପିଟାଲକୁ ଦେବା ବ୍ୟବସ୍ଥା କରିବୁ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।

ବର୍ତ୍ତମାନ ସବୁ ଟିକାକରଣ କେନ୍ଦ୍ରରେ ଭିଡ଼ ଦେଖିବାକୁ ମିଳୁଛି। ଘଣ୍ଟା ଘଣ୍ଟା ଧରି ଲୋକମାନଙ୍କୁ ଛିଡ଼ା ହେବାକୁ ପଡ଼ୁଥିବାବେଳେ ସେଠାରେ ସାମାଜିକ ଦୂରତାକୁ ପାଳନ କରାଯାଉନଥିବା ମଧ୍ୟ ଦେଖିବାକୁ ମିଳୁଛି।

Leave A Reply

Your email address will not be published.