ମାନବିକତା ଆଗରେ ଫିକା ପଡ଼ିଲା ଧର୍ମ, ହିନ୍ଦୁଙ୍କ ଶବ ସତ୍କାର କଲେ ମୁସଲିମ୍
ମୁହଁରେ ହିନ୍ଦୁ ପ୍ରାର୍ଥନା ଗାନ ଶବ ସତ୍କାରରେ ସାମିଲ
ସୁନ୍ଦରଗଡ: ମାନବିକତା ଆଗରେ ଫିକା ପଡିଯାଇଛି ଧର୍ମ। ସବୁ ଧର୍ମର ଉର୍ଦ୍ଧ୍ବରେ ହେଉଛି ମଣିଷପଣିଆ। ଏହାର ଜ୍ୱଳନ୍ତ ଉଦାହରଣ ଦେଖି ବାକୁ ମିଳିଛି ସୁନ୍ଦରଗଡ ଜିଲ୍ଳାରେ। କରୋନା କାଳରେ ବହୁଲୋକ ନିଜ ଭାଇ ବନ୍ଧୁ କୁଟୁମ୍ବ ପରିବାରର ଶବକୁ କାନ୍ଧ ଦେବା ତ ଦୂରର କଥା ମୁହଁ ମୋଡି ଦେଉଥିବା ବେଳେ ଜଣେ ମୁସଲମାନ ଯୁବକ ରହମତ ଅଲ୍ଲୀ ହିନ୍ଦୁଙ୍କ ଶବ ସତ୍କାରରେ ସାମିଲ ହୋଇଛନ୍ତି।
ସୂଚନା ମୁତାବକ, ମୁସଲମାନ ଯୁବକଙ୍କର ଉକ୍ତ ହିନ୍ଦୁ ପରିବାର ସହ ତାଙ୍କର ଏକ ଭଲ ସମ୍ବନ୍ଧ ଗଢ଼ି ଉଠିଥିଲା। ତେଣୁ ସେହ ସମ୍ବନ୍ଧ ଆଧାରରେ ସେ ମଶାଣୀ ପର୍ଯ୍ୟନ୍ତ ଚାଲି ଯାଇଥିଲେ। ମୁହଁରେ ହିନ୍ଦୁ ପ୍ରାର୍ଥନା ଗାନ ଶବ ସତ୍କାରରେ ସାମିଲ ହୋଇଥିଲେ ଏବଂ ଯେଉଁ ସବୁ ରୀତିନୀତି ମଶାଣୀରେ ହୁଏ ସେ ସବୁ କିଛି ସେ ପାଳନ କରିଥିଲେ।
କିନ୍ତୁ ମୁଖାଗ୍ନି ମୃତକଙ୍କ ପୁତୁରା ଦେଇଥିଲେ। ହେଲେ ଉକ୍ତ ମୁସଲମାନ ଯୁବକ ଜଣକ ମଶାଣୀ ବନ୍ଧୁ ମାନଙ୍କ ସହ ମିଶି ରାମ ନାମ ସତ୍ୟ ହୈ ଗାଇବା ସହ କୋକେଇ ସହିତ ଜୁଇ ଚାରିପାଖରେ ଘେରା ମାରିଥିଲେ। ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ମଶାଣୀରେ ଥିବା ଜଣେ ବନ୍ଧୁ କହିଛନ୍ତି ଯେ, ଶନିବାର ବନ୍ଧପାଲିର ଜଣେ ବ୍ୟକ୍ତିଙ୍କର କରୋନାରେ ପ୍ରାଣ ଚାଲିଯାଇଥିଲା। ତେବେ ମୃତକଙ୍କ କୌଣସି ପୁଅ ନଥିବା ବେଳେ ତାଙ୍କର ଏକ ମାତ୍ର ଝିଅ ଯିଏକି ଇଂଲଣ୍ଡରେ ରହନ୍ତି। ତେଣୁ ମୃତକଙ୍କ ବଡ ଭାଇଙ୍କ ପୁଅ ମୁଖାଗ୍ନି ଦେବା ନିମନ୍ତେ ଆସିଥିଲେ। ଆଉ ପୁତୁରାଙ୍କ ଜଣେ ଯୁବକ ଆସିଥିଲେ ସେ ହେଉଛନ୍ତି ରହମତ ଅଲ୍ଲୀ।