କଙ୍ଗନାଙ୍କୁ ଟ୍ବିଟର ପରେ ଇନ୍ଷ୍ଟାଗ୍ରାମ୍ ଛାଟ
‘ଇନଷ୍ଟାଗ୍ରାମ ମୋର ପୋଷ୍ଟକୁ ଡିଲିଟ କରିଦେଇଛି ଯେଉଁଥିରେ ମୁଁ କୋଭିଡକୁ ଧ୍ୱଂସ କରିବାକୁ ଧମକ ଦେଇଥିଲି କାରଣ କିଛି ଲୋକଙ୍କ ଭାବନା ଆଘାତ ପାଇଥିଲା।
ନୂଆଦିଲ୍ଲୀ: ପଙ୍ଗା କୁଇନ୍ କଙ୍ଗନା ରଣଓ୍ବାତ୍ ପୁଣି ଚର୍ଚ୍ଚାରେ। ନିକଟରେ ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ଦେଇଥିବା ବୟାନ ପାଇଁ ଚର୍ଚ୍ଚାରେ ରହିଛନ୍ତି ସେ। ଅଭିନେତ୍ରୀଙ୍କ ବୟାନବାଜିକୁ ନେଇ ଲାଗି ରହିଥିଲା ଚର୍ଚ୍ଚା। ପରେ ବିବାଦୀୟ ବୟାନ ଯୋଗୁଁ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ସସପେଣ୍ଡ କରାଯାଇଥିଲା। ଏହା ପରେ ଅଭିନେତ୍ରୀ ଇନଷ୍ଟାଗ୍ରାମ ମାଧ୍ୟମରେ ନିଜର କଥା ଲୋକମାନଙ୍କ ପାଖରେ ପହଞ୍ଚାଇବା ଆରମ୍ଭ କଲେ। ବର୍ତ୍ତମାନ ଇନଷ୍ଟାଗ୍ରାମ ମଧ୍ୟ ଏକ ଦୃଢ ପଦକ୍ଷେପ ନେଇ କଙ୍ଗନାଙ୍କ ବିବାଦୀୟ ପୋଷ୍ଟକୁ ଡିଲିଟ କରିଛି।
କଙ୍ଗନା ନିଜେ ଏହି ସୂଚନା ଦେଇଛନ୍ତି। କଙ୍ଗନା ତାଙ୍କ ଇନଷ୍ଟା ଷ୍ଟୋରୀ ଉପରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି । କଙ୍ଗନା ଲେଖିଛନ୍ତି, ‘ଇନଷ୍ଟାଗ୍ରାମ ମୋର ପୋଷ୍ଟକୁ ଡିଲିଟ କରିଦେଇଛି ଯେଉଁଥିରେ ମୁଁ କୋଭିଡକୁ ଧ୍ୱଂସ କରିବାକୁ ଧମକ ଦେଇଥିଲି କାରଣ କିଛି ଲୋକଙ୍କ ଭାବନା ଆଘାତ ପାଇଥିଲା। ଅର୍ଥାତ୍ ଆତଙ୍କବାଦୀ ଏବଂ କମ୍ୟୁନିଷ୍ଟ ମାନଙ୍କ ସହ ସହାନୁଭୂତି ରଖୁଥିବା ବ୍ୟକ୍ତି ଟ୍ୱିଟରରେ ଶୁଣିବାକୁ ପାଇଥିଲି କିନ୍ତୁ କୋଭିଡ୍ ଫ୍ୟାନ୍ କ୍ଲବ୍ ଚମତ୍କାର ଅଟେ।
ସୂଚନାଯୋଗ୍ୟ, ନିକଟରେ କଙ୍ଗନା କରୋନା ସଂକ୍ରମିତ ହୋଇଥିଲେ। ଯାହାର ସୂଚନା ଇନଷ୍ଟାଗ୍ରାମରେ ଅଭିନେତ୍ରୀ ଦେଇଥିଲେ। ସେ ନିକଟରେ ପୋଷ୍ଟ କରି ଲେଖିଥିଲେ ଯେ, କରୋନା ପଜିଟିଭ ଚିହ୍ନଟ ହୋଇଛି। ମୁଁ ନିଜକୁ ହୋମ୍ କ୍ୱାରେଣ୍ଟାଇନ୍ କରି ନେଇଛି। ଯଦି ଆପଣ ଏହି ଭାଇରସକୁ ଭୟ କରିବେ, ତେବେ ଏହା ଆପଣଙ୍କୁ ଅଧିକ ଭୟଭୀତ କରିବ, ଚାଲନ୍ତୁ ଏହି କୋଭିଡ -୧୯ କୁ ନଷ୍ଟ କରିବା। ଏହା ଏକ ସ୍ୱଳ୍ପକାଳୀନ ଫ୍ଲୁ ଛଡା ଆଉ କିଛି ନୁହେଁ। ‘