ଫେସବୁକ୍ ପୋଷ୍ଟ ଲେଖି ଆଖିବୁଜିଲେ ଅଭିନେତା
![](https://www.odishalink.com/wp-content/uploads/2021/05/Rahul-Vohra-750x430.jpg)
ନୂଆଦିଲ୍ଲୀ: ‘ମୋତେ ବି ଯଦି ଭଲ ଚିକିତ୍ସା ମିଳିଥାନ୍ତା, ମୁଁ ବଞ୍ଚି ଯାଇଥାନ୍ତି। ମୁଁ ଖୁବଶୀଘ୍ର ଆଉ ଏକ ଜନ୍ମ ନେବି, ଭଲ କାମ କରିବି’। ଏଭଳି କିଛି ଆବେଗପୂର୍ଣ୍ଣ ପୋଷ୍ଟ ଫେସବୁକରେ କରିବାର କିଛି ଘଣ୍ଟା ପରେ ଆଖି ବୁଜିଲେ ଅଭିନେତା ରାହୁଲ ବୋହରା। ଏନେଇ ସୂଚନା ଦେଇଛନ୍ତି ଥିଏଟର ନିର୍ଦ୍ଦେଶକ ଅରବିନ୍ଦ ଗୌର ରାହୁଲ।
୩୫ ବର୍ଷିୟ ରାହୁଲ ଡିଜିଟାଲ ପ୍ଲାଟଫର୍ମରେ ଏକ ଲୋକପ୍ରିୟ ଚେହେରା ଭାବେ ପରିଚିତ। ସେ ନେଟଫ୍ଲିକ୍ସର କେତେକେ ଫିଲ୍ମରେ ଅଭିନୟ କରିଛନ୍ତି। ସର୍ଟ ଫିଲ୍ମ ଯୋଗେ ସେ ୟୁଟ୍ୟୁବ, ଫେସବୁକରେ ମଧ୍ୟ ଅନେକ ଖ୍ୟାତି ଅର୍ଜନ କରିଥିଲେ।
ଦୀର୍ଘଦିନ ଧରି କରୋନା ସହ ଲଢ଼େଇ କରୁଥିବା ରାହୁଲ ତାଙ୍କୁ ଭଲ ଚିକିତ୍ସା ଦେବାକୁ ଫେସବୁକ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପିଲ୍ କରିଥିଲେ। ଦିଲ୍ଲୀର ରାଜୀବ ଗାନ୍ଧି ସୁପର ସ୍ପେଶାଲିଟି ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଇଥିଲା। ତେବେ ସେ ପଜିଟିଭ ଚିହ୍ନଟ ହେବା ଦିନଠାରୁ ତାଙ୍କର ସ୍ବାସ୍ଥ୍ୟବସ୍ଥାର ଅବନତି ହୋଇ ଚାଲିଯାଇଥିଲା।