Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିନେ ଅଭିନେତା; ଚଳଚ୍ଚିତ୍ର ଶିଳ୍ପର ବିକାଶକୁ ନେଇ କଲେ ଆଲୋଚନା

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ବାଜି ସାରିଲାଣି ନିର୍ବାଚନୀ ବିଗୁଲ। ପାଖେଇ ଆସିଲାଣି ନିର୍ବାଚନ ତାରିଖ। ଗଣତନ୍ତ୍ରର ମହା ପର୍ବକୁ ଅନାଇ ବସିଛନ୍ତି ସମସ୍ତେ। ଚଳିତଥର ଦେଶରେ ୭ଟି ପର୍ଯ୍ୟାୟରେ ହେବ ମତଦାନ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିନେ ଅଭିନେତା। ନବୀନ ନିବାସରେ ଆଜି ଓଲିଉଡ ଅଭିନେତା, ଅଭିନେତ୍ରୀ ଏବଂ ଗୀତିକାରମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତର ଉଦ୍ଦେଶ୍ୟ ସମ୍ପର୍କରେ କଳାକାରମାନେ ମତ ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା।

ଓଡ଼ିଆ ସିନେମା, ଓଡ଼ିଶାର ଚଳଚ୍ଚିତ୍ର ଶିଳ୍ପର ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବ୍ୟାପକ ଆଲୋଚନା ହୋଇଛି। ବିଗତ ବର୍ଷରେ ଓଡ଼ିଆ ସିନେମା ପାଇଁ କଣ ସବୁ ପଦକ୍ଷେପ ନିଆଯାଇଛି ସେନେଇ ଆଲୋଚନା ହୋଇଛି। ଆଗକୁ ସରକାର କଣ ପଦକ୍ଷେପ ଗ୍ରହଣ କରିବେ ସେନେଇ ଆମକୁ ଅବଗତ କରାଇଛନ୍ତି ବୋଲି କଳାକାରମାନେ ମତ ପ୍ରକାଶ କରିଛନ୍ତି। ଏହି ସାକ୍ଷାତ ସମୟରେ ଅଭିନେତା ବାବୁଶାନ ମହାନ୍ତି, ସ୍ୱରାଜ ବାରିକ, ଅମ୍ଲାନ ଦାସ, ସମ୍ବିତ, ପପୁ ପମପମଙ୍କ ସହ ଅଭିନେତ୍ରୀ ଭୂମିକା, ଲିପ୍ସା ଓ ନିକିତା ପ୍ରମୁଖ ସାମିଲ ଥିଲେ। ହାସ୍ୟ କଳାକାର ଏବଂ ୟୁଟ୍ୟୁବର ମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିବା ଜଣାପଡିଛି।

Leave A Reply

Your email address will not be published.