Odisha Link
Bridging the Missing Links in Odisha

ହୋଲସେଲ୍ ବ୍ୟବସାୟୀଙ୍କ ପାଇଁ ବଦଳିଲା ୧ ନମ୍ବର ହାଟ ସମୟ

ଖୁଚୁରା ଓ ହୋଲସେଲ ବ୍ୟବସାୟୀଙ୍କ ପାଇଁ ଭିନ୍ନ ସମୟ ଧାର୍ଯ୍ୟ

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ ହୁହୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୀବାରେ ଲାଗିଛି। ରାଜଧାନୀ ଭୁବନେଶ୍ୱରରେ କରୋନା ସ୍ଥିତି ବିଗିଡିବାରେ ଲାଗିଏହାକୁ ଦୃଷ୍ଟିରେ ରଖି ଜନଗହଳି କମାଇବା ପାଇଁ ଭୁବନେଶ୍ୱର ୧ ନମ୍ବର ହାଟ ନିୟମକୁ ପରିବର୍ତ୍ତନ କରାଯାଇଛି।

ଭୁବନେଶ୍ୱର ୧ ନମ୍ବର ହାଟରେ ଖୁଚୁରା ଓ ହୋଲସେଲ ବ୍ୟବସାୟୀଙ୍କ ପାଇଁ ଭିନ୍ନ ସମୟ ଧାର୍ଯ୍ୟ କରାଯାଇଛି। ରାତି ସାଢେ ୩ରୁ ସକାଳ ସାଢେ ୬ ଟା ଯାଏଁ ହୋଲସେଲ ବ୍ୟବସାୟୀ ଜିନିଷ କିଣିପାରିବେ। ସେହିପରି ସକାଳ ସାଢେ ୬ରୁ ଦିନ ୧୨ ଯାଏଁ ଖୁଚୁରା ବ୍ୟବସାୟୀ ଜିନିଷ କିଣିପାରିବେ। ହାଟରୁ ଭିଡ଼ କମାଇବାକୁ ଜିଗଜାଗ ଫର୍ମାଟରେ ଦୋକାନ ଖୋଲିବ ବୋଲି ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.