Odisha Link
Bridging the Missing Links in Odisha

ବିଏମସିର କଡ଼ା ପଦକ୍ଷେପ: ୧ ନମ୍ବର ହାଟ ରାଜମହଲ ଛକକୁ ସ୍ଥାନାନ୍ତର

ଭୁବନେଶ୍ୱର: ମହାମାରୀ କରୋନାର ମୁକାବିଲା କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନାହିଁ। ହେଲେ କରୋନାକୁ ଜିତିବାକୁ ହେଲେ ସାମାଜିତ ଦ୍ବରତ୍ବ ହିଁ ଏହାର ଏକମାତ୍ର ବିକଳ୍ପ। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ସମାଜିକ ଦୂରତ୍ବ ରକ୍ଷା ଲାଗି ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଏହାକୁ ନଜରରେ ରଖି ଭୁବନେଶ୍ବର ମହାନଗର ନିଗଗ (ବିଏମସି) ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି।

ଆଜିଠାରୁ ୪୫ ଦିନ ଯାଏଁ ଭୁବନେଶ୍ୱରର ଏଜି ଛକସ୍ଥିତ ଏକ ନମ୍ବର ହାଟକୁ ରାଜମହଲ ଛକକୁ ଉଠାଇବାକୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିର୍ଦେଶ ଦିଆଯାଇଛି। ହାଟରେ ଗହଳି ହେଉଥିବାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ସାମାଜିକ ଦୂରତ୍ୱ ରକ୍ଷା ଲାଗି ଭୁବନେଶ୍ୱରସ୍ଥିତ ୟୁନିଟ୍‌-୧ ହାଟକୁ ରାଜମହଲ ଛକକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଛି। ଏଣିକି ୟୁନିଟ-୧ ହାଟର ପରିବା ବ୍ୟବସାୟୀ ଏଜି ଛକରୁ ରାଜମହଲ ମଧ୍ୟରେ ବସିବେ।

କିଛି ପରିବା ବ୍ୟବସାୟୀ ୟୁନିଟ୍-୧ ହାଇସ୍କୁଲ ପଡ଼ିଆରେ ମଧ୍ୟ ବସିବେ ବୋଲି ସୂଚନା ରହିଛି। ସେଠାରେ ଲୋକେ ନିର୍ଧାରିତ ଦୂରତାରେ ରହି କିଣାବିକା କରିବାକୁ ବି କଡ଼ା ନିର୍ଦେଶ ଦିଆଯାଇଛି।

Comments are closed.