Odisha Link
Bridging the Missing Links in Odisha

ନିର୍ଦ୍ଦୟ ସାଜିଲା ପ୍ରେମିକ, ସୁରତରେ ଭୁବନେଶ୍ୱରର ଯୁବତୀଙ୍କୁ ହତ୍ୟା

ପ୍ରେମିକାଙ୍କୁ ଖଣ୍ଡ ଖଣ୍ଡ କରି ନିର୍ମମ ଭଵେ ହତ୍ୟା କଲା ନିର୍ଦ୍ଦୟ ପ୍ରେମିକ

ଓଏଲ୍ ବ୍ୟୁରୋ : ପ୍ରେମ ସମ୍ପର୍କକୁ ନେଇ ଅନେକ ହତ୍ୟା ଓ ଆକ୍ରମଣ ଖବର ଶୁଣିବାକୁ ମିଳୁଛି। ପୂର୍ବରୁ ଶ୍ରଦ୍ଧାଙ୍କୁ ୩୫ ଖଣ୍ଡ କରି ପ୍ରେମିକ ହତ୍ୟା କରିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ବର୍ତ୍ତମାନ ଆଉ ଏକ ନିର୍ମମ ହତ୍ୟା କାଣ୍ଡ ଘଟଣା ସାମ୍ନାକୁ ଆସିଛି। ଭୁବନେଶ୍ୱରର ଜଣେ ଓଡ଼ିଆ ଯୁବତୀଙ୍କୁ ଗୁଜରାଟର ସୁରତ ଠାରେ ତା ପ୍ରେମିକ ୪୯ ଥର ଛୁରୀରେ ଆକ୍ରମଣ କରି ହତ୍ୟା କରିଛି।

ବିବାହ କରିବାକୁ ଜିଦ କରିଥିଲେ ପ୍ରେମିକା ତେଣୁ ପ୍ରେମିକ ଜଣକ ଭୁବନେଶ୍ୱରରୁ ଯୁବତୀଙ୍କୁ ସୁରଟ ନେଇ ସେଠାରେ ହତ୍ୟା କରିଛି। ପ୍ରେମିକା ଜଣକ ହେଉଛନ୍ତି ଲୁନି ଦାସ ଓ ହତ୍ୟାକାରୀ ପ୍ରେମିକ ହେଲେ ଜଗନ୍ନାଥ ଗୌଡ଼। ପ୍ରେମିକକୁ ଭରସା କରି ବାହା ହେବା ପାଇଁ ପ୍ରେମିକା ଲୁନି ସୁରତ ଚାଲିଯାଇଥିଲେ ହେଲେ କିଏ ଜାଣିଥିଲା ପ୍ରେମିକ ଏପରି  ନିର୍ଦ୍ଦୟ ସାଜିବ। ପ୍ରେମିକାଙ୍କୁ ଖଣ୍ଡ ଖଣ୍ଡ କରି ନିର୍ମମ ଭଵେ ହତ୍ୟା କଲା ନିର୍ଦ୍ଦୟ ପ୍ରେମିକ। ପରେ ପୁଲିସକୁ ଲୁନିଙ୍କ ରକ୍ତାକ୍ତ ମୃତ ଦେହ ମିଳିଥିଲା। ଘଟଣାର ତଦନ୍ତ ପରେ ପୁଲିସ ହତ୍ୟାକାରୀ ପ୍ରେମିକକୁ ଗିରଫ କରିଛି।

Leave A Reply

Your email address will not be published.