Odisha Link
Bridging the Missing Links in Odisha

ପୁରୀରେ କାଠଗୋଲାରେ ଅଗ୍ନିକାଣ୍ଡ: ଜଳିଗଲା ୧୦କୋଟି ଟଙ୍କାର କାଠ

ବିଳମ୍ବିତ ରାତିରେ ପୁରୀ ତାଳବଣିଆ ଥାନା ନବକଳେବର ରୋଡରେ ଥିବା ସରକାରୀ ସ୍ୱୀକୃତିପ୍ରାପ୍ତ କାଠ ଗୋଲାରେ ନିଆଁ ଲାଗିଥିଲା।

ଓଏଲ୍‌ ବ୍ୟୁରୋ : ଲାଗିଲା ନିଆଁ ସୃଷ୍ଟି ହେଲା ଭୟାବହ ପରିସ୍ଥିତି। ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୦କୋଟି ଟଙ୍କାର କାଠ। ଘଟଣାଟି ପୁରୀରେ ଘଟିଥିବାବେଳେ ଏହି ଭୟାବହ ଅଗ୍ନିକାଣ୍ଡରେ କାଠଗୋଲାରେ ନିଆଁ ଲାଗିଥିଲା। ନିଆଁ ଲାଗିବା ଦ୍ୱାରା ୧୦ କୋଟି ଟଙ୍କାର କାଠ ଜଳିଯାଇଥିବାର ଖବର ମିଳିଛି।

ଖବର ଅନୁସାରେ ବିଳମ୍ବିତ ରାତିରେ ପୁରୀ ତାଳବଣିଆ ଥାନା ନବକଳେବର ରୋଡରେ ଥିବା ସରକାରୀ ସ୍ୱୀକୃତିପ୍ରାପ୍ତ କାଠ ଗୋଲାରେ ନିଆଁ ଲାଗିଥିଲା। ନିଆଁ ସଟସର୍କିଟରୁ ଲାଗିଥିବା ଅନୁମାନ କରାଯାଉଛି। ଅଗ୍ନିକାଣ୍ଡ ସମୟରେ ନିଆଁ ଅନେକ ସମୟ ଧରି ଲାଗି ରହିଥିଲା। ଅଗ୍ନିକାଣ୍ଡରେ କାଠଗୋଲାରେ ପ୍ରାୟ ଅଧ ଏକର ଜାଗାରେ ରଖାଯାଇଥିବା ଶାଳ, ପିଆଶାଳ, ଶାଗୁଆନ ଆଦି କାଠ ଖଣ୍ଡରେ ଲାଗିଥିଲା ନିଆଁ।

ନିଆଁ ଲାଗିବା ପରେ ଅଗ୍ନିଶମର ୬ଟି ଗାଡ଼ି ଲାଗି ରାତି ପ୍ରାୟେ ୪.୩୦ରେ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ କେହି ଆହତ ହୋଇନଥିବାବେଳେ ପାଖରେ ଥିବା ଅନେକ ଘର ଉପରେ ପ୍ରଭାବ ପଡିଥିବାର ସୂଚନା ମିଳିଛି। ଅଗ୍ନିକାଣ୍ଡ ପ୍ରଭାବରେ ମଙ୍ଗଳା ସାହି ଓ ମଧୁବନ ଅଞ୍ଚଳକୁ ନିଆଁ ବ୍ୟାପି ଯାଇଥିଲା। ଅଗ୍ନିଶମ ବିଭାଗର ଅନେକ ପ୍ରଚେଷ୍ଟା ପରେ ନିଆଁ ଲିଭିଥିଲା।

Leave A Reply

Your email address will not be published.