Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ତମାଣ୍ଡୋ ଥାନା ପୁଲିସ ଏସ୍ଆଇ

ଏସଆଇ ଅଭିମନ୍ୟୁଙ୍କ ଭୁବନେଶ୍ୱର ସ୍ଥିତ ପାଇକନଗରରେ ଥିବା ୪ ମହଲା ଘର ଏବଂ ତମାଣ୍ଡୋ ଅଫିସରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଚଢ଼ାଉ କଲା ଏସଆଇଙ୍କ ଘରେ। ଭୁବନେଶ୍ୱର ତମାଣ୍ଡୋ ଥାନା ଏସ୍ଆଇ ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଖବର ଅନୁସାରେ ଭିଜିଲାନ୍ସ ଟିମ୍ ଆଜି ଚଢ଼ାଉ କରିଛି ଅଭିମନ୍ୟୁଙ୍କ ଭୁବନେଶ୍ୱର ଓ ନୟାଗଡ଼ରେ ଥିବା ଘରେ।

ଏସଆଇ ଅଭିମନ୍ୟୁଙ୍କ ଭୁବନେଶ୍ୱର ସ୍ଥିତ ପାଇକନଗରରେ ଥିବା ୪ ମହଲା ଘର ଏବଂ ତମାଣ୍ଡୋ ଅଫିସରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ। ନୟାଗଡରେ ଥିବା ଘରେ ମଧ୍ୟ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ୩ଜଣ ଡିଏସପି, ୧୧ଜଣ ଇନ୍ସପେକ୍ଟର ଓ ୬ଜଣ ଏଏସ୍‌ଆଇ ସାମିଲ ହୋଇଛନ୍ତି। ପୂର୍ବରୁ ଅଭିଯୋଗ ଆସିଥିଲା ଯେ ଅଭିମନ୍ୟୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ରଖିଥିଲେ। ଅଭିଯୋଗ କ୍ରମେ ଭିଜିଲାନ୍ସ ବିଭାଗ ତଦନ୍ତ କରି ଏସ୍‌ଆଇଙ୍କ ଘରେ ଚଢ଼ାଉ କରିଥିଲା। ଗତକାଲି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଲାଞ୍ଚ ନେବା କାରଣରୁ ତାଙ୍କ ନାଁରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.