Odisha Link
Bridging the Missing Links in Odisha

ଅନ୍ଧବିଶ୍ୱାସ ନେଲା ମହିଳାଙ୍କ ଜୀବନ

ଡାହାଣୀ ବୋଲି ସନ୍ଦେହ କରୁଥିବା ମହିଳାଙ୍କୁ ସୁଯୋଗ ପାଇ ଏକ ଧାରୁଆ ଅସ୍ତ୍ରରେ ବେକ କାଟି ହତ୍ୟା

ଓଏଲ୍‌ ବ୍ୟୁରୋ : ଆଜିବି ଅନ୍ଧବିଶ୍ୱାସ ଉପରେ ବିଶ୍ୱାସ କରି ଲୋକଙ୍କର ମୃତ୍ୟୁ ହେଉଛି। ଡାହାଣୀ ଭୟରେ ଜଣେ ମହିଳାଙ୍କୁ ମାରି ଦିଆଯାଇଥିବା ଜଣା ପଡିଛି। ଘଟଣାଟି କଟକ ଜିଲ୍ଲା ଟାଙ୍ଗୀ ଥାନା ଗରୁଡ଼ଗାଁ ପଞ୍ଚାୟତ ଚନ୍ଦନପୁର ଗାଁରେ ଘଟିଛି। ସ୍ତ୍ରୀ ଓ ପିଲା ଦେହ ଭଲ ରହୁ ନ ଥିବାରୁ ଡାକ୍ତର ଦେଖାଇ ସୁସ୍ଥ କରିବା ପରିବର୍ତ୍ତେ ବ୍ୟକ୍ତି ଜଣକ ଗୁଣି କାରଣରୁ ଦେହ ଖରାପ ହେବା ସନ୍ଦେହ କରୁଥିଲେ ଜଣେ ମହିଳାଙ୍କ ଉପରେ। ବ୍ୟକ୍ତି ସନ୍ଦେହ କରିବା ସହ ଶେଷରେ ଜଣେ ମହିଳାଙ୍କ ତଣ୍ଟିକୁ ଧାରୁଆ ଅସ୍ତ୍ରରେ କାଟି ଦେଇଥିବାବେଳେ ମୃତ ମହିଳାଜଣକ ହେଲେ ମୀନା ଚାତର।

କଟକ ଚନ୍ଦନପୁର ଗାଁର ବାଗୁନ ପୂର୍ତ୍ତି ନାମକ ଜଣେ ବ୍ୟକ୍ତିଙ୍କ ପିଲା ଓ ସ୍ତ୍ରୀର ଦେହ ଅନେକ ସମୟରେ ଖରାପ ହେଉଥିବା କାରଣ ରୋଗ ନୁହେଁ ବରଂ ଗୁଣି ହୋଇଥିବା ସନ୍ଦେହ କରୁଥିଲେ। ବ୍ୟକ୍ତି ଜଣକ ଗୁଣି କରୁଥିବା ସନ୍ଦେହ କରିଥିଲେ ତାଙ୍କ ଗ୍ରାମରେ ଥିବା ମୀନା ଚାତରଙ୍କ ଉପରେ। ସନ୍ଦେହ କାରଣରୁ ପୂର୍ବରୁ ଦୁଇ ପରିବାର ମଧ୍ୟରେ ଝଗଡା ମଧ୍ୟ ହୋଇଥିଲା।

ପରେ ବାଗୁନ ରାଗରେ ଥିବାବେଳେ ଡାହାଣୀ ବୋଲି ସନ୍ଦେହ କରୁଥିବା ମହିଳାଙ୍କୁ ସୁଯୋଗ ପାଇ ଏକ ଧାରୁଆ ଅସ୍ତ୍ରରେ ବେକ କାଟି ହତ୍ୟା କରିଥିଲେ। ହତ୍ୟା ପରେ ରକ୍ତାକ୍ତ ଅବସ୍ଥାରେ ତାଙ୍କ ଘର ଲୋକ ପାଇଥିଲେ ଏବଂ ଘଟଣା ସ୍ଥଳରେ ମିନାର ମୃତ୍ୟୁ ଘଟିଥିଲା। ମୃତ ମୀନାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଟାଙ୍ଗି ପୁଲିସ ସେଠାରେ ପହଞ୍ଚିଥିଲା। ହତ୍ୟାକାରୀ ହତ୍ୟା ପରେ ଫେରାର ହୋଇଯାଇଥିବା ତଥ୍ୟରୁ ଜଣା ପଡିଛି। ଅନ୍ଧବିଶ୍ୱାସ କାରଣରୁ ବ୍ୟକ୍ତି ଜଣକ ଏଭଳି କାଣ୍ଡ କରିଥିବା କୁହାଯାଉଛି।

Leave A Reply

Your email address will not be published.