Odisha Link
Bridging the Missing Links in Odisha

ଭାରତୀୟ ସେନା ହେବ ଶକ୍ତିଶାଳୀ, ଫ୍ରାନ୍ସରୁ ଆସିଲା ୩୬ଟି ରାଫେଲ ଯୁଦ୍ଧବିମାନ

ଭାରତରେ ପହଂଚି ସାରିଛି ୩୬ଟି ରାଫେଲ ଯାହାକୁ ବିଶ୍ୱର ସର୍ବଶ୍ରେଷ୍ଠ ଯୁଦ୍ଧବିମାନ କୁହାଯାଇଥାଏ

ଓଏଲ୍‌ ବ୍ୟୁରୋ : ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ଲାଗିଥିବା ସଂଘର୍ଷ ପୂର୍ବରୁ ଦେଖିବାକୁ ମିଳିଥିଲା। ଭାରତୀୟ ସେନା ଚୀନକୁ କଡା ଜବାବ ଦେଇଥିବା ଖବରରୁ ଜଣା ପଡିଥିଲା। ସୂଚନା ଅନୁସାରେ ଭାରତୀୟ ସେନାର ଶକ୍ତି ବଢାଇବାକୁ ଭାରତକୁ ଆସିଯାଇଛି ଫ୍ରାନ୍ସରୁ ରାଫେଲ। ଭାରତରେ ପହଂଚି ସାରିଛି ୩୬ଟି ରାଫେଲ ଯାହାକୁ ବିଶ୍ୱର ସର୍ବଶ୍ରେଷ୍ଠ ଯୁଦ୍ଧବିମାନ କୁହାଯାଇଥାଏ।

ଭାରତୀୟ ସେନା ଆହୁରି ଶକ୍ତିଶାଳୀ ହେବ। ଖବର ଅନୁସାରେ ଫ୍ରାନ୍ସ ଦ୍ୱାରା ନିର୍ମିତ ରାଫେଲ ବିମାନ ଆଜି ଭାରତରେ ଲ୍ୟାଣ୍ଡ କରିଛି। ଫ୍ରାନ୍ସରୁ ଯେତିକି ରାଫେଲ ବିମାନ ଭାରତକୁ ଆସିବା କଥା ତାହା ସମ୍ପୂର୍ଣ୍ଣ ହୋଇଛି। ଏହି ରାଫେଲ ବିମାନ ଭାରତୀୟ ସେନାର ଆହୁରି ଶକ୍ତି ବଢାଇବ ବୋଲି କୁହାଯାଉଛି।

Leave A Reply

Your email address will not be published.