Odisha Link
Bridging the Missing Links in Odisha

ସଡକ ଦୁର୍ଘଟଣା : ଟ୍ରକ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ

ଜଣେ ବାଇକ ଆରୋହୀଙ୍କୁ ପଛରୁ ୧୦ଚକିଆ ଟ୍ରକ ପିଟିଥିବାରୁ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି।

ଓଏଲ୍‌ ବ୍ୟୁରୋ : ବାଇକ ଆରୋହୀଙ୍କୁ ପଛରୁ ପିଟିଲା ଟ୍ରକ ଆଉ ଚାଲିଗଲା ଜୀବନ। ଆଜି ପୂର୍ବାହ୍ନ ପ୍ରାୟ ୧୧.୩୦ ପାଖାପାଖି, ଜୟପୁର ସହରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବରରୁ ଜଣା ପଡିଛି। ଜଣେ ବାଇକ ଆରୋହୀଙ୍କୁ ପଛରୁ ୧୦ଚକିଆ ଟ୍ରକ ପିଟିଥିବାରୁ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି।

ଜୟପୁରର ବିମାନବନ୍ଦର ଛକରେ ଆଜି ପୂର୍ବାହ୍ନରେ ଏକ ୧୦ଚକିଆ ଟ୍ରକ୍ ଜଣେ ଗାଡି ଚାଳକଙ୍କୁ ପଛପଟୁ ଧକ୍କା ଦେଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ହେଉଛନ୍ତି ଆମ୍ବାଗୁଡ଼ା ନିକଟ ବିଜେଦୁଇ ଗାଁର ନିର୍ମଳ ଦେ। ଦୁର୍ଘଟଣା ପରେ ପୁଲିସ ମୃତକଙ୍କୁ ଚିକିତ୍ସାଳୟ ନେଇଯାଇଥିଲା। ସ୍ଥାନୀୟ ଲୋକେ ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିବାର ଖବରରୁ ଜଣା ପଡିଛି। ସେଠାକାର ସଦର ଥାନା ପୁଲିସ ରାସ୍ତାରୋକ କରିଥିବା ଲୋକଙ୍କୁ ବୁଝାଇବା ସହ ଘଟଣାର ତଦନ୍ତ କରୁଥିବାର ସୂଚନା ମିଳିଥିଲା।

Leave A Reply

Your email address will not be published.