Odisha Link
Bridging the Missing Links in Odisha

ମୃତ ଆନନ୍ଦ ଟପୋ ମାମଲା : ପୁଲିସର ପଛଘୁଞ୍ଚାରେ ପରିବାର ଲୋକ ଅସନ୍ତୋଷ

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମୃତ ଆନନ୍ଦଙ୍କ ଘଟଣାରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଥିଲେ ମଧ୍ୟ ତାଙ୍କ ପରିବାର ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି।

ଓଏଲ୍‌ ବ୍ୟୁରୋ : ଦୀର୍ଘ ଦିନର ଆନନ୍ଦ ଟପୋ ମୃତ୍ୟୁ ମାମଲାକୁ ନେଇ ଆନନ୍ଦଙ୍କ ପରିବାର ଲୋକଙ୍କର ଅସନ୍ତୋଷ ପ୍ରକାଶ। ଡିସିପିଙ୍କୁ ଭେଟିବା ପରେ ମୃତ ଆନନ୍ଦ ଟପୋଙ୍କ ବାପା, ମା ଓ ଭାଇ କ୍ଷୋଭ ପ୍ରକାଶ କରିଛନ୍ତି। ନ୍ୟାୟ ମିଳିବା ଆଶାରେ ମୃତ ଆନନ୍ଦଙ୍କ ପରିବାର ଲୋକେ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମୃତ ଆନନ୍ଦଙ୍କ ଘଟଣାରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଥିଲେ ମଧ୍ୟ ତାଙ୍କ ପରିବାର ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି। ମୃତ ଆନନ୍ଦଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ବୀରେନ୍ଦ୍ର ଲାକ୍ରା ଜଣେ ଡିଏସପି ପାହ୍ୟାର ଅଧିକାରୀ। ତେଣୁ ପୁଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ପଛଘୁଞ୍ଚା ଦେଉଛି ବୋଲି ମୃତକ ଆନନ୍ଦ ଟପୋଙ୍କ ପରିବାର। ପୂର୍ବରୁ ଏହି ଘଟଣାରେ ପୁଲିସ ସାହାଯ୍ୟ କରୁନଥିବାରୁ ମୃତକଙ୍କ ପରିବାର ଲୋକେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ ହୋଇଥିଲେ ମଧ୍ୟ ମୃତକଙ୍କୁ ବର୍ତ୍ତମାନ ସୁଦ୍ଧା ନ୍ୟାୟ ମିଳିନଥିବା ପରିବାର ଲୋକେ କହିଛନ୍ତି।

Leave A Reply

Your email address will not be published.