Odisha Link
Bridging the Missing Links in Odisha

ହକି ବିଶ୍ୱକପ : ଉଦଘାଟନୀ ଉତ୍ସବ ପାଇଁ କମିଶନରେଟ୍ ପୁଲିସର ପ୍ରସ୍ତୁତି

ହକି ବିଶ୍ୱକପ ପାଇଁ ମୁତୟନ ରହିବେ ୫୦ ପ୍ଲାଟୁନ ପୁଲିସ ଫୋର୍ସ ଓ ୨ ଶହ ଅଫିସର

ଓଏଲ୍‌ ବ୍ୟୁରୋ : ଜାନୁଆରୀ ୧୩ରେ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ ୨୦୨୩। ଏହି ହକି ବିଶ୍ୱକପକୁ ନେଇ ରାଜ୍ୟବାସୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଓଡ଼ିଶାରେ ହେବାକୁ ଥିବା ଏହି ହକି ବିଶ୍ୱକପକୁ ନେଇ କମିଶନରେଟ୍ ପୁଲିସ ତତ୍ପରତା ଦେଖାଇଛି। ହକି ବିଶ୍ୱକପ ପାଇଁ ମୁତୟନ ରହିବେ ୫୦ ପ୍ଲାଟୁନ ପୁଲିସ ଫୋର୍ସ ଓ ୨ ଶହ ଅଫିସର, ଯାହାକୁ ନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର।

ହକି ବିଶ୍ୱକପର ଉଦ୍ଘାଟନୀ ଉତ୍ସବ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ସୂଚନା ଅନୁସାରେ ବଲିଉଡ କଳାକାରଙ୍କ ସୁରକ୍ଷା ଓ ଟ୍ରାଫିକ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ବାଲିଯାତ୍ରା ତଳପଡିଆ ଓ ବିଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ହକି ବିଶ୍ୱକପ ଉଦ୍ଘାଟନ ଅବସର ଦିନରେ ବାରବାଟୀ ଷ୍ଟାଡିୟମ ଭିତରକୁ ଦିନ ୨ଟା ୩୦ରୁ ପ୍ରବେଶ କରିବା ପାଇଁ ଅନୁମତି ଦିଆଯାଇଛି। ଷ୍ଟାଡିୟମ ଭିତରକୁ ଖାଦ୍ୟ ଓ ପାଣି ବୋତଲ ଆଣିପାରିବେ ନାହିଁ ଦର୍ଶକ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି।

ତେବେ ହକି ବିଶ୍ୱକପକୁ ନେଇ ପୂର୍ବରୁ ବିଶ୍ୱକପ ପାଇଁ କମିଶନରେଟ ପୁଲିସ ଦ୍ୱାରା ଏକ ହ୍ୱାଟ୍‌ସଆପ୍ ନମ୍ବର ଜାରି କରାଯାଇଥିଲା। ଜାରି ହୋଇଥିବା ୭୩୭୭୭୭୦୦୭୦ ହ୍ୱାଟ୍‌ସଆପ୍ ନମ୍ବର ଦ୍ୱାରା ହକି ସମ୍ବନ୍ଧୀୟ ସମସ୍ତ ତଥ୍ୟ ସହ ଟ୍ରାଫିକ ସୂଚନା ପାଇପାରିବେ ବୋଲି କମିଶନରେଟ ପୁଲିସ ଦ୍ୱାରା ଦର୍ଶାଇଯାଇଥିଲା। ଓଡ଼ିଶାରେ ହେବାକୁ ଥିବା ହକି ବିଶ୍ୱକପ ୨୦୨୩କୁ ନେଇ ରାଜଧାନୀ ଭୁବନେଶ୍ୱର ସହ ଇଷ୍ପାତନଗରୀ ରାଉରକେଲା ଖୁବ ଚଳଚଞ୍ଚଳ ଥିବା ଜଣା ପଡିଥିବାବେଳେ ଆସନ୍ତା ୧୩ ତାରିଖରୁ ୨୯ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ବର ଓ ରାଉରକେଲାରେ ହେବ ହକି ବିଶ୍ୱକପ।

Leave A Reply

Your email address will not be published.