Odisha Link
Bridging the Missing Links in Odisha

୧୯ ଡିଗ୍ରୀ କଲେଜକୁ ଉଚ୍ଚଶିକ୍ଷା ବିଭାଗର ନୋଟିସ

ନିୟମ ଉଲ୍ଲଘଂନ କେଉଁ କାରଣରୁ ହୋଇଛି ତାହା ଜଣାଇବା ପାଇଁ ୧୯ ଡିଗ୍ରୀ କଲେଜକୁ ସୋ-କଜ ନୋଟିସ ଦେଇଛନ୍ତି ଉଚ୍ଚଶିକ୍ଷା ବିଭାଗ

ଓଏଲ୍‌ ବ୍ୟୁରୋ : ନିୟମ ଉଲ୍ଲଙ୍ଘନ କରି ଛାତ୍ରଛାତ୍ରୀଙ୍କ ଆଡମିଶନ କରିଥିବା ୧୯ ଡିଗ୍ରୀ କଲେଜ ପାଇଁ ସୋ- କଜ ନୋଟିସ ଜାରି କଲେ ଉଚ୍ଚଶିକ୍ଷା ବିଭାଗ। ସୂଚନା ଅନୁସାରେ ୧୯ ଡିଗ୍ରୀ କଲେଜରେ ଛାତ୍ରଛାତ୍ରୀଙ୍କ ଆଡମିଶନ ନିୟମ ଉଲ୍ଲଙ୍ଘନ କରାଯାଇଥିବା ଜଣା ପଡିଛି।

ନିୟମ ଉଲ୍ଲଘଂନ କାରଣରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତରେ କ୍ଷତି ହୋଇପାରେ ବୋଲି କୁହାଯାଉଛି। ତେବେ ନିୟମ ଉଲ୍ଲଘଂନ କରି କେଉଁ କାରଣରୁ ଆଡମିଶନ ହୋଇଛି ଏବଂ ଏପର୍ଯ୍ୟନ୍ତ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ତାହାର ସଠିକ କାରଣ ଜାନୁଆରୀ ୧୧ ସୁଦ୍ଧା ଦର୍ଶାଇବାକୁ ୧୯ ଡିଗ୍ରୀ କଲେଜ ଅଧକ୍ଷଙ୍କୁ ସୋ-କଜ ନୋଟିସ ଦେଇଛନ୍ତି ଉଚ୍ଚଶିକ୍ଷା ବିଭାଗ।

Leave A Reply

Your email address will not be published.