Odisha Link
Bridging the Missing Links in Odisha

ହାତୀ କବଳରୁ ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ : ଡିଏଫ୍ଓ

ଡ଼ିଏଫଓଙ୍କ କହିବା ଅନୁସାରେ ଦନ୍ତା ହାତୀ ନୁହେଁ ବରଂ ମାଇ ହାତୀ ଆକ୍ରମଣ କରି ୩ବ୍ୟକ୍ତିଙ୍କ ଜୀବନ ଯାଇଥିଲା

ଓଏଲ୍‌ ବ୍ୟୁରୋ : ଆଜି ସକାଳେ ଦନ୍ତା ହାତୀ ଆକ୍ରମଣ କରିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଥିଲା। କୌଣସି ପଦକ୍ଷେପ ନିଆଯାଇନଥିବାରୁ ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ନ୍ୟାୟ ଦାବିରେ ଶବ ରଖି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପରିବାର ଲୋକେ ଦାବି କରିଥିଲେ, ମୃତ ବ୍ୟକ୍ତିଙ୍କ ପରିବାରରୁ ଜଣଙ୍କୁ ଚାକିରୀ ଦିଆଯାଉ। ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପରିବାର ଲୋକେ ଧାରଣା ଦେବା ପରେ ଏନେଇ ପ୍ରତିକ୍ରିୟା ଦେଇଛନ୍ତି ଡିଏଫ୍ଓ।

ଡିଏଫ୍ଓଙ୍କ କହିବା ଅନୁସାରେ ଦନ୍ତା ହାତୀ ନୁହେଁ ବରଂ ମାଈ ହାତୀ ଆକ୍ରମଣ କରି ୩ବ୍ୟକ୍ତିଙ୍କ ଜୀବନ ଯାଇଥିଲା। ତେବେ ଏହାକୁ ନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ହାତୀ ପଲରୁ ବାହାରିଯାଇଥିବାରୁ ହାତୀ ଆକ୍ରମଣ କରିଛି ଏବଂ ମାଈ ହାତୀ ଆକ୍ରମଣ କରେନି କେଉଁ କାରଣରୁ ଆକ୍ରମଣ କରିଛି ତାହାର ତଦନ୍ତ କରାଯିବ ଵୋଲି ଡ଼ିଏଫଓ ମତବ୍ୟକ୍ତ କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଥିଲା ଅନୁଗୋଳ ଜିଲ୍ଲାରେ। ୩ ମୃତ ବ୍ୟକ୍ତି ହେଲେ ଛେଳିଆପଡ଼ାର ସୁବାସ ବିଶ୍ୱାଳ, ଅଙ୍ଗାରବନ୍ଧର ଅନିରୋଦ୍ଧ ସାହୁ ଓ ବାରସିଙ୍ଗାର ରମେଶ ଚନ୍ଦ୍ର ସାହୁ। ତେବେ ବନ ବିଭାଗ ପକ୍ଷରୁ କିଛି ପଦକ୍ଷେପ ନିଆଯାଇନଥିବା ଖବରରୁ ଜଣା ପଡିଥିଲା।

ସୂଚନା ଅନୁସାରେ ଅନୁଗୋଳର ସୁବାସ, ଅନିରୋଦ୍ଧ ଓ ରମେଶ ବଗିଚାରେ କାମ କରୁଥିବାବେଳେ ଏକ ଦନ୍ତା ହାତୀ ବଗିଚା ଭିତରକୁ ପଶି ଆସିଥିଲା। ବଗିଚାରେ ପଶିବା ପରେ ଉଭୟଙ୍କୁ ଆକ୍ରମଣ କରିଥିଲା। ହାତୀ ଆକ୍ରମଣରୁ ରକ୍ଷା ପାଇବା ପାଇଁ ସେମାନେ ଉଦ୍ୟମ କରିଥିଲେ ମଧ୍ୟ ଆକ୍ରମଣରୁ ବଞ୍ଚି ପାରି ନଥିଲେ। ଘଟଣା ସ୍ଥଳରେ ସୁବାସ, ଅନିରୋଦ୍ଧ ଓ ରମେଶଙ୍କୁ ହାତୀ ଦଳି ଦେଇଥିଲା। ଦନ୍ତା ଆକ୍ରମଣ ପରେ ପରିବାର ଲୋକେ ଖବର ପାଇ ଉଭୟଙ୍କୁ ଚିକିତ୍ସାଳୟ ସ୍ଥାନାନ୍ତର କରିଥିଲେ। ଡାକ୍ତରଖାନାରେ ସୁବାସ, ଅନିରୋଦ୍ଧ ଓ ରମେଶଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ।

Leave A Reply

Your email address will not be published.