Odisha Link
Bridging the Missing Links in Odisha

ଡୋପ୍‌ ଟେଷ୍ଟରେ ଫସିଲେ ସ୍ବର୍ଣ୍ଣ ବିଜୟିନୀ ସଞ୍ଜୀତା ଚାନୁ

ଓଏଲ୍‌ ବ୍ୟୁରୋ: କମନ୍‌ଓ୍ବେଲଥ ଗେମ୍ସରେ ଦୁଇ ଦୁଇ ଥର ସ୍ବର୍ଣ୍ଣ ପଦକ ଜିତିଥିବା ଦେଶର ଜଣାଶୁଣା ଭାରଉତ୍ତୋଳନକାରୀ ସଞ୍ଜୀତା ଚାନୁ ପୁଣିଥରେ ଫସିଲେ ଡୋପ୍‌ ଟେଷ୍ଟରେ। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି ତରଫରୁ ଗୁଜରାଟ ନ୍ୟାସନାଲ ଗେମ୍ସ ଠାରୁ ସଂଜୀତାଙ୍କର ସାମ୍ପଲ ନେଇଥିଲା। ଏହି ସାମ୍ପଲ ଟେଷ୍ଟ ବେଳେ ଏଥିରୁ ଷ୍ଟେରଏଡ ଡ୍ରାଷ୍ଟେନୋଲାନ ମିଳିଥିବା ଜଣାପଡ଼ିଛି।

ଏହାପରେ ସଞ୍ଜୀତାଙ୍କ ଉପରେ ଅସ୍ଥାୟୀ ଭାବେ ପ୍ରତିବନ୍ଧକ ଲଗାଯାଇଛି।ଏବେ ଯଦି ସଞ୍ଜୀତା ନ୍ୟାସାନଲ ଆଣ୍ଟି ଡୋପିଂ ଏଜେନ୍ସି ନିକଟରେ ନିଜକୁ ନିର୍ଦ୍ଦୋଶ ବୋଲି ପ୍ରମାଣ କରିନପାରନ୍ତି ତେବେ ତାଙ୍କ ଉପରେ ୪ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଯାଇପାରେ।

୨୦୧୪ ରେ ଗ୍ଲାସଗୋ ଓ ୨୦୧୮ ମସିହାରେ ଗୋଲ୍ଡକୋଷ୍ଟ କମନୱେଲଥ୍ ଗେମସରେ ସ୍ୱର୍ଣ୍ଣ ପଦକ ଜିତିଥିବା ସଞ୍ଜୀତା ୨୦୨୨ ସେପ୍ଟେର ୩୦ ତାରିଖରେ ଅହମ୍ମଦାବାଦରେ ଅନୁଷ୍ଠିତ ହୋଇଥିବା ନ୍ୟାସନାଲ ଗେମ୍ସରେ ୪୯ କିଲୋ ବର୍ଗ ଭାରତ୍ତୋଳନରେ ଭାଗ ନେଇଥିଲେ। ଏଥିରେ ମୀରାବାଇ ଚାନୁ ୧୯୧ କିଲୋ ବର୍ଗରେ ଭାଗ ନେଇ ସ୍ୱର୍ଣ୍ଣପଦକ ଜିତିଥିଲେ। ଏଥିରେ ସଞ୍ଜୀତା ୧୮୭ କିଲୋ ଓଜନ ସହିତ କାଂସ୍ୟ ପଦକ ଜିତିଥିଲେ। ଏହି କ୍ରମରେ ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି ସଞ୍ଜୀତାଙ୍କ ସାମ୍ପଲ ନେଇଥିଲେ।

ଏହାପୂର୍ବରୁ ୨୦୧୮ ମସିହାରେ ସଞ୍ଜୀତାଙ୍କ ଉପରେ ଡୋପିଂର ଆରୋପ ଲାଗିଥିଲା। ହେଲେ ପରବର୍ତ୍ତି ସମୟରେ ଅର୍ଥାତ୍‌ ୨୦୨୦ରେ ଅନ୍ତର୍ଜାତୀୟ ଭାରୋତ୍ତୋଳନ ଫେଡେରେସନ୍‌ ନିଜର ଭୁଲ ସ୍ୱୀକାର କରି ସଞ୍ଜୀତାଙ୍କୁ ନିର୍ଦ୍ଦୋଶ ବୋଲି ଘୋଷଣା କରିଥିଲେ। ଯାହା ଫଳରେ ସଞ୍ଜୀତା ତାଙ୍କ କ୍ୟାରିଅରର ୨ ବର୍ଷ ନଷ୍ଟ ହୋଇଥିଲା।

Leave A Reply

Your email address will not be published.