Odisha Link
Bridging the Missing Links in Odisha

ଅନ୍‌ଲାଇନ୍‌ରେ ମଗାଇଥିବା ବିରିୟାନୀ ଖାଇ ଯୁବତୀ ମୃତ

ଯୁବତୀଙ୍କ ମୃତ୍ୟୁ ଫୁଡ ପଏଜନିଂ କାରଣରୁ ହୋଇଥିବା ଅଭିଯୋଗ ପରେ ଘଟଣାରେ ତଦନ୍ତ ପାଇଁ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି

ଓଏଲ୍‌ ବ୍ୟୁରୋ : ଅନ୍‌ଲାଇନ୍‌ ବିରିୟାନି ହେଲା କାଳ। ଅନଲାଇନ୍‌ରେ ବିରିୟାନି ମଗାଇ ଖାଇ ଅସୁସ୍ଥତା ଅନୁଭୂତ ହେବା ପରେ ମେଡିକାଲରେ ଚିକିତ୍ସିତ ହେଉଥିଲେ ଯୁବତୀ ଏବଂ ତାଙ୍କର ଆଜି ମୃତ୍ୟୁ ଘଟିଛି। ତେବେ ଅନଲାଇନ୍‌ ବିରିୟାନି ଖାଇ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ସାମ୍ନାକୁ ଆସିଛି। ମୃତ୍ୟୁ ହୋଇଥିବା ଯୁବତୀ ଜଣକ ହେଉଛନ୍ତି କେରଳର କସରଗଡ଼ ନିକଟସ୍ଥ ପେରୁମ୍ବାଲାରର ଅଞ୍ଜୁ ଶ୍ରୀପାର୍ବତୀ।

ସୂଚନାଯୋଗ୍ୟ, କସରଗଡ଼ର ରୋମାନସିଆ ରେଷ୍ଟୁରାଣ୍ଟରୁ ଅନ୍‌ଲାଇନ୍‌ ବିରିୟାନୀ ଅର୍ଡ଼ର କରିଥିଲେ ଯୁବତୀ। ଏହାକୁ ଖାଇବା ପରେ ସେ ସେବେଠାରୁ ଚିକିତ୍ସିତ ହେଉଥିଲେ। ଶନିବାର ସକାଳେ ଯୁବତୀଙ୍କ ମୃତ୍ୟୁ ଘଟିବା ପରେ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରିଛି। ଫୋରେନସିକ ରିପୋର୍ଟ ଆଧାରରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି।

ଯୁବତୀ ଜଣକ ଏକ ପ୍ରାଇଭେଟ ହସପିଟାଲରେ ଚିକିତ୍ସିତ ହେଉଥିଲେ। ଫୁଡ୍‌ ପଏଜନିଂରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଖାଇବା ପରେ ସେ ସେବେଠାରୁ ଚିକିତ୍ସିତ ହେଉଥିଲେ। ଶନିବାର ସକାଳେ ଯୁବତୀଙ୍କ ମୃତ୍ୟୁ ଘଟିଛି। ଏନେଇ ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରିଛି। ଫୋରେନସିକ ରିପୋର୍ଟ ଆଧାରରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି।

ଯୁବତୀଙ୍କ ମୃତ୍ୟୁ ଫୁଡ ପଏଜନିଂ କାରଣରୁ ହୋଇଥିବା ଅଭିଯୋଗ ପରେ ଘଟଣାରେ ତଦନ୍ତ ପାଇଁ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ଖାଦ୍ୟ ସୁରକ୍ଷା କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାର ତଦନ୍ତ ପରେ ‘ଫୁଡ୍‌ ସେଫ୍‌ଟି ଆଣ୍ଡ୍‌ ‌ଷ୍ଟାଣ୍ଡାର୍ଡ’ ଅନୁଯାୟୀ ଖାଦ୍ୟ ବିଷକ୍ରିୟାକରଣ‌ ମାମଲାରେ ଅଭିଯୁକ୍ତ ହୋଟେଲ୍‌ଗୁଡ଼ିକର ଲାଇସେନ୍‌ସ୍‌ ରଦ୍ଦ କରାଯିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.