ବଳଦ ପାଟିରେ ଫୁଟିଲା ବୋମା

ଢ଼େଙ୍କାନାଳ: ବୋମାର ଶିକାର ହେଉଛନ୍ତି ଗୃହପାଳିତ ପଶୁ। ଶିକାର ପାଇଁ ଖଞ୍ଜିଥିବା ବୋମାକୁ ଗୃହପାଳିତ ପଶୁ ମାନେ ଘାସ ଭାବି ଖାଇ ଦେଇଥାନ୍ତି। ଯାହା ଫଳରେ ସେମାନେ ବୋମାର ଶିକାର ହୁଅନ୍ତି । ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ବନାଞ୍ଚଳର ସୋଲଗାଁ ଅଞ୍ଚଳରେ ବଳଦ ବୋମାକୁ ଘାସ ଖାଇ ଦେଇଥିଲା।
ତାପରେ ପାଟି ଭିତରେ ବୋମାଟି ବିସ୍ଫୋରଣ ହୋଇଥିଲା। ଯାହା ଫଳରେ ବଳଦର ବେକର ଅଂଶଟି ସମ୍ପୂର୍ଣ୍ଣ ଭାବେ କ୍ଷତାକ୍ତ ହେବା ସହ ଖଣ୍ଡିଆ ଖାବରା ହୋଇଯାଇଥିଲା। ରକ୍ତାକ୍ତ ଅବସ୍ଥାରେ ବଳଦଟି ଚାରିଆଡ଼େ ବୁଲୁଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।