Odisha Link
Bridging the Missing Links in Odisha

ରାଜ୍ୟରେ ୧୨୨ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା କମିବା ସହ ସୁସ୍ଥ ହାର ବଢ଼ିବାରେ ଲାଗିଛି। ଆଜି ରାଜ୍ୟରୁ ୧୨୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହ ସୁସ୍ଥ ହାର ୩୩୨୪୯୯କୁ ବୃଦ୍ଧି ହୋଇଛି। ଏହା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

ସୁନ୍ଦରଗଡ଼ରୁ ୩୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ନୂଆପଡ଼ାରୁ ୧୯ଜଣ, ଯାଜପୁରରୁ ୧୦ଜଣ, ସମ୍ବଲପୁରରୁ ୧୦ଜଣ, କଟକରୁ ୭ଜଣ, ବାଲେଶ୍ବରରୁ ୬ଜଣ, କଳାହାଣ୍ଡିରୁ ୫ଜଣ, ଝାରସୁଗୁଡ଼ାରୁ ୪ଜଣ, ପୁରୀରୁ ୪ଜଣ, ଅନୁଗୁଳରୁ ୩ଜଣ, ବଲାଙ୍ଗୀରରୁ ୩ଜଣ, ମୟୂରଭଞ୍ଜରୁ ୩ଜଣ, ଦେବଗଡ଼ରୁ ୨ଜଣ,ଗଜପତିରୁ ୨ଜଣ, ଝାରସୁଗୁଡ଼ାରୁ ୨ଜଣ, କେନ୍ଦ୍ରାପଡ଼ାରୁ ୨ଜଣ, ଖୋର୍ଧାରୁ ୨ଜଣ, ଭଦ୍ରକରୁ ୨ଜଣ, ସୁବର୍ଣ୍ଣପୁରରୁ ଜଣେ ଓ ଷ୍ଟେଟପୁଲରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Comments are closed.