Odisha Link
Bridging the Missing Links in Odisha

ଭିଡିଓ କନ୍‌ଫରେନ୍ସିଂରେ ଏକାଠି ହେଲେ କୃଷିମନ୍ତ୍ରୀ

ଭୁବନେଶ୍ବର: କରୋନା ମୁକାବିଲା ସମୟରେ ଦେଶର ବିଭିନ୍ନ ରାଜ୍ୟର କୃଷିମନ୍ତ୍ରୀ ଓ ସଚିବମାନଙ୍କର ବୈଠକ ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନଫରେନ୍ସିଂ ଜରିଆରେ ଆଜି ଅପରାହ୍ନ ୪ଟାରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶାର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, କୃଷି ଉତ୍ପାଦକ କମିଶନର ପ୍ରଦୀପ୍ତ ମହାପାତ୍ର ଓ ପ୍ରମୁଖ ସଚିବ ସୌରଭ ଗର୍ଗ ଯୋଗ ଦେଇଥିଲେ।

କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୃଷି ପରିଚାଳନା, ଅମଳ, କୃଷି ବିପଣନ, ମଣ୍ଡି ପରିଚାଳନା, ସର୍ବନିମ୍ନ ସହାୟକ ମୂଲ୍ୟ ଦେୟ, କ୍ରେଡିଟ୍, ବିହନ, ସାର ଓ କୃଷି/ଉଦ୍ୟାନକୃଷି ଉତ୍ପାଦର ସୁପରିଚାଳନା ଓ ପରିବହନ ସମ୍ପର୍କରେ ଆଲୋଚନା ହୋଇଥିଲା।

Comments are closed.