Odisha Link
Bridging the Missing Links in Odisha

ମାସ୍କ ନ ପିନ୍ଧିଲେ ହେବେ ଗିରଫ

ମୁମ୍ବାଇ: ମହାମାରୀ କରୋନା ଭାଇରସ୍‌ ଦ୍ବାରା ଦେଶର ମହାରାଷ୍ଟ୍ର ରାଜ୍ୟ ବେଶ୍‌ ପ୍ରଭାବିିତ ହୋଇଛି। କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେେ ମହାରାଷ୍ଟ୍ରା ଏପର୍ଯ୍ୟନ୍ତ ୧୦୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୬୪ଜଣଙ୍କ ମୃତ୍ୟୁ ହେଲାଣି। ଏହାକୁ ନଜରରେ ରଖି କୋଭିଡ-୧୯ର ହଟସ୍ପଟ ଭାବେ ଚିହ୍ନଟ ହୋଇଥିବା ମୁମ୍ବାଇରେ ନୂଆ ନିୟମ ପ୍ରଣୟନ କରିଛନ୍ତି ମହାରାଷ୍ଟ୍ର ସରକାର। ଏଠାରେ ଲୋକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଯଦି କେହି ଏହାକୁ ଉଲ୍ଲଙ୍ଘନ କରିବେ ଅର୍ଥାତ ମାସ୍କ ପିନ୍ଧିବେ ନାହିଁ, ତା’ହେଲେ ତାଙ୍କୁ ଗିରଫ କରାଯିବ ବୋଲି କୁହାଯାଇଛି।

ଆଜି ମୁମ୍ବାଇ ପୌରପାଳିକା ସଂସ୍ଥା ପକ୍ଷରୁ ଏହି ଘୋଷଣା କରାଯାଇଛି। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଏଣିକି ମୁମ୍ବାଇରେ ମାସ୍କ ପିନ୍ଧିବା ଜରୁରୀ। ସମସ୍ତ ଅଫିସ, ପବ୍ଲିକ ପ୍ଲେସ, ବୈଠକ ଓ ଗାଡ଼ି ମଧ୍ୟରେ ବି ଲୋକମାନେ ମାସ୍କ ପିନ୍ଧିବା ଜରୁରୀ। ଯଦି କେହି ଏହାକୁ ଉଲ୍ଲଙ୍ଘନ କରିବ, ତା’ହେଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି କି ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରାଯାଇ ପାରିବ।

ଲୋକମାନେ ଔଷଧ ଦୋକାନ କିମ୍ବା ଘରେ ତିଆରି କରି ମାସ୍କ ପରିଧାନ କରିପାରିବେ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ଲୋକଙ୍କୁ ବାହାରକୁ ଗଲା ବେଳେ ମାସ୍କ ପିନ୍ଧିବାକୁ ନିବେଦନ କରିଥିଲେ। ଏହାପୂର୍ବରୁ ଚଣ୍ଡିଗଡ଼, ନାଗାଲ୍ୟାଣ୍ଡ ଏବଂ ଓଡ଼ିଶାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରଯାଇଛି।

Comments are closed.