Odisha Link
Bridging the Missing Links in Odisha

ଲକ୍‌ଡାଉନ୍‌ ଅବଧି ବଢ଼ିବ: ସଙ୍କେତ ଦେଲେ ମୋଦି

ଭୁବନେଶ୍ବର: ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଲାଗୁ ହୋଇଥିବା ୨୧ ଦିନିଆ ଲକ୍‌ଡାଉନ୍‌ ଏପ୍ରିଲ ୧୪ରେ ଶେଷ ହେଉଛି। ତେବେ ଏହା ପରେ ମଧ୍ୟ ଲକ୍‌ଡାଉନ୍‌ ଅବଧି ବଢ଼ିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଙ୍କେତ ଦେଇଛନ୍ତି। ଏଭଳି କହିଛନ୍ତି ବିଜୁ ଜନତା ଦଳ ସାଂସଦ ପିନାକୀ ମିଶ୍ର।

ବିଭିନ୍ନ ଦଳର ନେତୃବୃନ୍ଧଙ୍କ ସହ ବୈଠକ ବେଳେ ପ୍ରଧାନମନ୍ତ୍ରୀ ଲକ‌୍ଡାଉନ୍‌ ଅବଧି ସଂପ୍ରସାରଣ ବାବଦରେ ମୋଦି ସୂଚନା ଦେଇଛନ୍ତି ବୋଲି ପିନାକୀ କହିଛନ୍ତି। ତେବେ ଏ ନେଇ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପରାମର୍ଶ କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସେ ଜଣାଇଛନ୍ତି।

Comments are closed.