ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ଶିବନାରାୟଣ ମୀନାଙ୍କ ପରଲୋକ

ଭୋପାଲ: କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ଶିବନାରାୟଣ ମୀନାଙ୍କ ପରଲୋକ ହୋଇଛି। କେଦାରନାଥ ଯାତ୍ରା କରୁଥିବା ବେଳେ ରୁଦ୍ରପ୍ରୟାଗ ନିକଟରେ ମୀନା ହୃଦଘାତର ଶିକାର ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ମଧ୍ୟପ୍ରଦେଶ ରାଜନୀତିରେ ମୀନା ଜଣେ ଜଣାଶୁଣା ନେତା। ମଧ୍ୟପ୍ରଦେଶର ଚାଁଚୌଡ ବିଧାନସଭାରୁ ସେ ଚାରିଥର ବିଧାୟକ ହୋଇଥିଲେ। ରାଜ୍ୟ ସରକାରେ ଦୁଇ ଥର ମନ୍ତ୍ରୀ ମଧ୍ୟ ହୋଇଥିଲେ। ତାଙ୍କ ମର ଶରୀରକୁ ଚାଁଚୌଡ ଅଣାଯାଉଥିବା ସୂଚନା ରହିଛି। ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ହେବ। ଶିବନାରାୟଣଙ୍କ ବିୟୋଗରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଓ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଶୋକ ପ୍ରକାଶ କରିଛନ୍ତି ଏହାସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।