Odisha Link
Bridging the Missing Links in Odisha

ସ୍ତ୍ରୀକୁ ପୋଡି ମାରିଦେଲା ସ୍ବାମୀ

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ମହୁଲଡିହା ଥାନା କୋଇଲିପାଳ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଶ୍ବଶୁର ଘରକୁ ଆସି ସ୍ବାମୀ ତା ସ୍ତ୍ରୀକୁ କିରାସିନି ଢାଳି ପୋଡି ମାରିଦେଇଛି ।
ମିଳିଥିବା ସୂଚନା ଅନୁସାରେ, ଭଦୁବେଡା ଗ୍ରାମର ପ୍ରଫୁଲ୍ଲ ନାଏକ କୋଇଲିପାଳ ଗ୍ରାମର ଲିଜା ନାଏକକୁ ବର୍ଷେ ତଳେ ପ୍ରେମ ବିବାହ କରିଥିଲେ । କିନ୍ତୁ ଗତକାଲି ରାତିରେ କୋଇଲିପାଳ ଗ୍ରାମରେ ଯାତ୍ରା ଚାଲୁଥିବା ସମୟରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାଟି ତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପ୍ରଫୁଲ୍ଲ ଲିଜାକୁ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ପହଞ୍ଚିବା ପରେ ଲିଜାର ମୃତ୍ୟୁ ହୋଇଥିଲା । ତେବେ ଏନେଇ ମହୁଲଡିହା ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନଥିବା ସୂଚନା ମିଳିଛି ।

Comments are closed.