Odisha Link
Bridging the Missing Links in Odisha

ପ୍ରଥମ ‘ଓଡ଼ିଶା ଶିକ୍ଷା ସମ୍ମାନ’ ସମାରୋହ, ବିଭିନ୍ନ ବର୍ଗରେ ରାଜ୍ୟର ୧୭ଟି ଶିକ୍ଷାନୁଷ୍ଠାନ ସମ୍ମାନିତ

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଆଜି ‘ଓଡ଼ିଶା ଶିକ୍ଷା ସମ୍ମାନ’ (Odisha Education Award 2019) ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଆଇସିଏଫ୍ଏଆଇ ବିଶ୍ବବିଦ୍ୟାଳୟ କୁଳାଧିପତି, କିଟ୍ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳାଧିପତି, ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ତଥା ତୁର୍କମେନିସ୍ଥାନରେ ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ପ୍ରଫେସର ରାମପାଳ ଯାଦବ ଏବଂ ଓଡ଼ିଶାର ଉଚ୍ଚଶିକ୍ଷା ଓ କୃଷି ମନ୍ତ୍ରୀ ତଥା କବି ଓ ଇତିହାସ ଗବେଷକ ଡ. ଅରୁଣ କୁମାର ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବିଭିନ୍ନ ବିର୍ଗରେ ୧୭ଟି ଶିକ୍ଷାନୁଷ୍ଠାନକୁ ସମ୍ମାନିତ କରାଯାଇଛି। ଏ ଅବସରରେ ସମ୍ମାନ ବିଚାରକ ମଣ୍ଡଳୀ ସଦସ୍ୟ ପ୍ରଫେସର କୁମର ବର ଦାସ, ପ୍ରଫେସର ପ୍ରବୀର କୁମାର ପଟ୍ଟନାୟକ, ଶ୍ରୀ ଶରତ କୁମାର ଦାଶ ଓ ଡ. ଆର୍ତତ୍ରାଣ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ପୁରସ୍କାର ପାଇଥିବା ଅନୁଷ୍ଠାନ ଗୁଡ଼ିକ ହେଲେ ଶ୍ରେଷ୍ଠ ଓଡ଼ିଶା ବିଶ୍ବବିଦ୍ୟାଳୟ ପାଇଁ କିସ୍‌ ବିଶ୍ବବିଦ୍ୟାଳୟ, ଶ୍ରେଷ୍ଠ ମେଡ଼ିକାଲ କଲେଜ ପାଇଁ ହାଇ-ଟେକ୍‌ ମେଡ଼ିକାଲ କଲେଜ, ଶ୍ରେଷ୍ଠ ଇଣ୍ଟରନ୍ୟାସନାଲ ସ୍କୁଲ ପାଇଁ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ,  ଶ୍ରେଷ୍ଠ ସିଭିଲ ସର୍ଭିସ୍‌ କୋଚିଙ୍ଗ ପାଇଁ ଆପ୍ଟି ପ୍ଲସ୍, ଶ୍ରେଷ୍ଠ ସିବିଏସଇ ବିଦ୍ୟାଳୟ ପାଇଁ ସେଣ୍ଟ ଜାଭିଅର ଇଣ୍ଟରନ୍ୟାସନାଲ ସ୍କୁଲ, ଶ୍ରେଷ୍ଠ ବ୍ୟାକିଙ୍ଗ କୋଚିଂ ପାଇଁ ମହେନ୍ଦ୍ରା,  ଶ୍ରେଷ୍ଠ ଇନିଜିଅନିରିଂ କଲେଜ ପାଇଁ ରାଜଧାନୀ ଇଜିନିୟରିଂ କଲେଜ, ଶ୍ରେଷ୍ଠ ହାୟର ସେକେଣ୍ଡାରି ସ୍କୁଲ ପାଇଁ ଟେଟ୍ରାହେଡ୍ରନ କଲେଜ, ଶ୍ରେଷ୍ଠ ଅଣ୍ଡର ଗ୍ରାଜୁଏଟ କଲେଜ ପାଇଁ ସୁବାଷ ଆକାଡ଼େମୀ, ଶ୍ରେଷ୍ଠ ପଲିଟେକନିକ୍‌ କଲେଜ ପାଇଁ ଡିଭାଇନ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ଇନଜିନିୟରିଂ ଆଣ୍ଡ ଟେକନ୍ନୋଲୋଜି, ଶ୍ରେଷ୍ଠ ମେଡ଼ିକାଲ କୋଚିଙ୍ଗ ପାଇଁ ଆକାଶ ଇନଷ୍ଟିଚ୍ୟୁଟ, ଶ୍ରେଷ୍ଠ ମ୍ୟାନେଜମେଣ୍ଟ କଲେଜ ପାଇଁ ବିଆଇଆଇଟିମ୍‌, ଶ୍ରେଷ୍ଠ ଫାୟାର ସେଫ୍ଟି ଇନଷ୍ଟିଚ୍ୟୁଟ ପାଇଁ ଏନ୍ଆଇଏଫ୍‌ଏସ୍, ଶ୍ରେଷ୍ଠ ଆଏସ୍‌ ଇନଷ୍ଟିଚ୍ୟୁଟ ପାଇଁ ବାଜିରାଓ ଆଇଏସ୍‌ ଆକାଡ଼େମୀ, ଶ୍ରେଷ୍ଠ ଏମର୍ଜିଂ କଲେଜ ପାଇଁ ଢେଙ୍କାନାଳ ଆକାଡ଼େମୀ, ଶ୍ରେଷ୍ଠ ପ୍ରଫେସନାଲ କଲେଜ ପାଇଁ କ୍ରିଏଟିଭ୍‌ ଟେକ୍ନୋ କଲେଜ, ଶ୍ରେଷ୍ଠ ପ୍ରି-ସ୍କୁଲ ପାଇଁ କ୍ୟୁଟି କିଡ଼ସ୍‌ ପ୍ରମୁଖ ପୁରସ୍କୃତ ହୋଇଛନ୍ତି।

ସ୍ଥାନୀୟ ଜୟଦେବ ଭବନରେ ଆଜି ସଂଧ୍ୟାରେ ଅନୁଷ୍ଠିତ ଏହି ସମାରୋହରେ ପ୍ରାକ୍-ବିଦ୍ୟାଳୟ ଠାରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ୧୭ଟି ବିଭାଗରେ ରାଜ୍ୟର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନଗୁଡ଼ିକୁ ସମ୍ମାନ ପ୍ରଦାନ କରାଯାଇଛି। ରାଜ୍ୟରେ ପ୍ରଥମ ଥର ପାଇଁ ସ୍ବତନ୍ତ୍ର ଭାବେ ଶିକ୍ଷାକ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଅନୁଷ୍ଠାନମାନଙ୍କୁ ଏ ଉତ୍ସବ ମାଧ୍ୟମରେ ସମ୍ମାନିତ କରାଯାଉଛି ବୋଲି ସେ ଶ୍ରୀ ପଣ୍ଡା କହିଛନ୍ତି।

ଭବିଷ୍ୟତ ନାଗରିକ ଗଠନରେ ଶିକ୍ଷାର ଭୂମିକା ସବୁଠୁ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ଏହି କ୍ଷେତ୍ରରେ ବିଶେଷ ସଫଳତା ଅର୍ଜନ କରିଥିବା ଅନୁଷ୍ଠାନଗୁଡ଼ିକୁ ଚିହ୍ନଟ କରି ପ୍ରୋତ୍ସାହିତ କରିବା ଏ ଉତ୍ସବର ପ୍ରମୁଖ ଉଦ୍ଦେଶ୍ୟ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ବିଭିନ୍ନ ବର୍ଗରେ ପ୍ରାୟ ୧୬୦ଟି ଅନୁଷ୍ଠାନ ଠାରୁ ନାମାଙ୍କନ ଗ୍ରହଣ କରାଯାଇଥିବା ବେଳେ ପ୍ରତି ବର୍ଗରେ ଗୋଟିଏ ମାତ୍ର ଅନୁଷ୍ଠାନକୁ ଶ୍ରେଷ୍ଠ ଅନୁଷ୍ଠାନ ଭାବେ ପୁରସ୍କୃତ କରିବାକୁ ଅନୁଷ୍ଠାନ ନିଷ୍ପତ୍ତି ନେଇଛି।

ଉତ୍ସବ ପୂର୍ବରୁ ସତ୍ୟ-ସତ୍ୟବ୍ରତ ଯୋଡ଼ି ଓ ପ୍ରେମକୁମାର-ଦୀପ୍ତି ଯୋଡ଼ିଙ୍କ ଦ୍ବାରା ବ୍ୟଙ୍ଗ ଆସର ଅନୁଷ୍ଠିତ ହୋଇଥିଲା। ଅଗ୍ନିବେଶ ମହାପାତ୍ର ଓ ଗାୟତ୍ରୀ ମାଭୁରୁ ମଞ୍ଚ ପରିଚାଳନା କରିଥିଲେ। ଗିରୀଶ ରଂଜନ, ରଜନୀକାନ୍ତ ତରାଇ, ଆଶିଷ କୁମାର ରଥ, ପ୍ରଦ୍ୟୁମ୍ନ ମହାପାତ୍ର, ମିଲନ ପ୍ରଧାନ, ଜିତେନ୍ଦ୍ର ଜେନା, ଶୁଭଲକ୍ଷ୍ମୀ ମହାନ୍ତି ଓ ବୀରେନ୍‌ ସାହୁ ପ୍ରମୁଖ ଉତ୍ସବ ସହଯୋଗ କରିଥିଲେ।

ଓଡ଼ିଶା ଶିକ୍ଷା ସମ୍ମାନ 2019ର ଫଟୋ ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରନ୍ତୁ ।

ଫଟୋରେ ଫଟୋରେ ଓଡ଼ିଶା ଶିକ୍ଷା ସମ୍ମାନ ୨୦୧୯

 

Comments are closed.