ବଜ୍ରାଘାତରେ ଗଲା ମହିଳାଙ୍କ ଜୀବନ

ବାଲିପାଟଣା : ବାଲିପାଟଣା ଥାନା ବନମାଳିପୁର ଫାଣ୍ଡି ଅନ୍ତର୍ଗତ ଶିବବରହମ୍ ପୁର ଗ୍ରାମର ପଦି ଭୋଇଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଛି। ବନମାଳିପୁର କଲେଜ ନିକଟରେ ଥିବା ଭେଣ୍ଡି ବିଲରୁ ଭେଣ୍ଡି ତୋଳୁଥିବା ବେଳେ ବଜ୍ରପାତ ହୋଇଥିଲା। ଫଳରେ ପଦିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ପାଖାପାଖି ବିଲରେ କାମ କରୁଥିବା ଅନ୍ୟ ଚାଷୀମାନେ ଅଳ୍ପକେ ରକ୍ଷା ପାଇଯାଇଥିବା ଜଣାପଡିଛି।