Odisha Link
Bridging the Missing Links in Odisha

ଶ୍ରୀକ୍ଷେତ୍ର ପାଲଟିଛି କୁରୁକ୍ଷେତ୍ର: ବିଜୟ ମହାପାତ୍ର

ଭୁବନେଶ୍ୱର: ଶ୍ରୀକ୍ଷେତ୍ର ପାଲଟିଛି କୁରୁକ୍ଷେତ୍ର। ଏହା କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଉଚ୍ଛେଦ ପ୍ରସଙ୍ଗରେ ବିଷୋଦଗାର କରି ଶ୍ରୀ ମହାପାତ୍ର ଏପରି କହିଛନ୍ତି।
ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜ୍ୟ ସରକାର କିଛି ବାଟ ପାଉନାହାନ୍ତି। ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଉଚ୍ଛେଦ ହେଉଛି ସରକାରଙ୍କ ଏକ ଦିଗହରା ନିଷ୍ପତ୍ତି। ଗତ ୭ ଦିନ ହେଲା ଶ୍ରୀକ୍ଷେତ୍ର କୁରୁକ୍ଷେତ୍ର ହୋଇଗଲାଣି। ଏପରି କରିବା ସରକାରଙ୍କ ସାମ୍ବିଧାନିକ ଓ ମୌଳିକ ଅଧିକାର ନାହିଁ।
ଡ୍ରୋଜର ଲଗାଇ ଓ ବ୍ୟାପ ଫୋର୍ସ ମୁତୟନ କରି ଶ୍ରୀକ୍ଷେତ୍ରକୁ ରଣକ୍ଷେତ୍ର ଭଳି କରିଛନ୍ତି। ଯଦି ସରକାର ବିପି ଦାସ କମିଶନଙ୍କ ସୁପାରିଶରେ ଏପରି କରୁଥିବେ ତେବେ ତାହା ବେଆଇନ। କାରଣ ବିପି ଦାସ କମିଶନ ଅନ୍ତରୀଣ ରିପୋର୍ଟ ଦେଇଛନ୍ତି। ଚୂଡ଼ାନ୍ତ ନୁହେଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Comments are closed.