Odisha Link
Bridging the Missing Links in Odisha

କାନ୍ଦି ପକାଇଲେ ଇସ୍ରୋ ମୁଖ୍ୟ କେ.ଶିବନ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବିଫଳ ହେଲା ଚନ୍ଦ୍ରାବତରଣ ସ୍ୱପ୍ନ ।ଭାଙ୍ଗିଗଲା ସାରା ଦେଶବାସୀ ତଥା ଇସ୍ରୋ ମୁଖ୍ୟଙ୍କ ମନ। ଚନ୍ଦ୍ରଯାତ୍ରା ବିଫଳ ହେବା ପରେ ଭାବୁକ ହେଲେ ଇସ୍ରୋ ମୁଖ୍ୟ କେ.ଶିବନ। ଶେଷମୁହୂର୍ତ୍ତରେ ତଥା ଚନ୍ଦ୍ରପୃଷ୍ଠରେ ଅବବତରଣ କରିବା ପୂର୍ବରୁ ଲାଣ୍ଡର ବିକ୍ରମର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ତେବେ ଚନ୍ଦ୍ରଯାନର ବିଫଳତା ପରେ ଇସ୍ରୋ ବୈଜ୍ଞାନିକଙ୍କ ମନୋବଳ ବଢ଼ାଇବାକୁ ଦେଶବସୀଙ୍କୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସେହିପରି ଆଜି ଇସ୍ରୋ କାର୍ଯ୍ୟାଳୟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଦାୟ ଦେବା ବେଳେ ବି ତାଙ୍କ କୋହ ସମ୍ଭାଳି ପାରି ନଥିଲେ ଓ କାନ୍ଦି ପକାଇଥିଲେ। ଆଉ ପ୍ରଧାନମନ୍ତ୍ରୀ ତାଙ୍କୁ କୋଳେଇ ନେଇ ପିଠି ଥାପୁଡ଼ାଇ ସାନ୍ତ୍ୱନା ଦେଇଥିଲେ। ଏହା ସହିତ ପ୍ରୟାସ ଜାରି ରଖିବାକୁ ଉତ୍ସାହିତ କରିଥିଲେ।

ଏହି ପୂର୍ବରୁ ଆଜି ସକାଳେ ପ୍ରଧାନମନ୍ତ୍ରୀ ଇସ୍ରୋ କାର୍ଯ୍ୟାଳୟରୁ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ଓ ଇସ୍ରୋର ବୈଜ୍ଞାନିକମାନଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ। ସେ କହିଥିଲେ, ‘ଏହି ମିଶନ୍‌ର ଆଗାମୀ ପ୍ରୟାସରେ ଓ ଏହା ପରେ ବି ସବୁ ପ୍ରୟାସରେ ଆମେ ନିଶ୍ଚିନ୍ତ ଭାବେ ସଫଳତା ପାଇବୁ। ସବୁ ସଂଘର୍ଷ, କଠିନ ପରିସ୍ଥିତିରେ ଆମେ କିଛି ନୂଆ ଶିଖିବାର ସୁଯୋଗ ପାଇଥାଉ। ଏହା ଆମକୁ କିଛି ନୂଆ ଆବିଷ୍କାର ନିମନ୍ତେ ପ୍ରେରିତ କରିଥାଏ। ଏହାଦ୍ୱାରା ଆମର ସଫଳତାର ପଥ ପରିଷ୍କାର ହୋଇଥାଏ। ବିଜ୍ଞାନରେ ବିଫଳତା ନ ଥାଏ। ଏହାର କେବଳ ପ୍ରୟୋଗ ଓ ପ୍ରୟାସ ଥାଏ।’ ଏହା ସହିତ ବୈଜ୍ଞାନିକମାନଙ୍କ ସହିତ ସାରା ଦେଶ ରହିଛି ବୋଲି ସେ କହିଥିଲେ।

Comments are closed.