Odisha Link
Bridging the Missing Links in Odisha

ରାହୁଲ ଡ୍ରାଭିଡ ବାମହାତୀ ନା ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ !

ନୂଆଦିଲ୍ଲୀ: ବିଶ୍ବ କ୍ରିକେଟରେ ଦ ଓ୍ବାଲ ନାମରେ ପରିଚିତ ରାହୁଲ ଡ୍ରାଭିଡ। ତାଙ୍କ ବ୍ୟାଟିଂ ଷ୍ଟାଇଲ ମଧ୍ୟ ସମସ୍ତଙ୍କୁ ଜଣାଥିବ। ହେଲେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏକ ବଡ଼ ଭୁଲ୍ କରି ଦେଇଛି। କ୍ରିକେଟର ଏହି ସର୍ବୋଚ୍ଚ ସଂସ୍ଥା ତା’ର ଅଫିସିଆଲ୍ ୱେବସାଇଟରେ ‘ହଲ୍ ଅଫ୍ ଫେମ୍’ ତାଲିକାରେ ଭାରତର ପୂର୍ବତନ କ୍ୟାପଟେନ୍ ରାହୁଲ୍ ଡ୍ରାଭିଡଙ୍କୁ ବାମହାତୀ ବ୍ୟାଟ୍ସମ୍ୟାନ୍ ଦର୍ଶାଇଛି।

ଆଇସିସିର ୱେବସାଇଟରେ ଡ୍ରାଭିଡଙ୍କ ଫଟୋ ଆଗରେ ଲେଖା ହୋଇଛି ଯେ ବ୍ୟାଟିଂ ଶୈଳୀ: ବାମହାତୀ। ଏହାକୁ ନେଇ ସୋଶାଲ ମିଡିଆରେ ଖୁବ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ହେଲେ ପରେ ଆଇସିସି ତା’ର ୱେବସାଇଟରେ ଏହାକୁ ସଂଶୋଧନ କରି ଡ୍ରାଭିଡଙ୍କୁ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଦର୍ଶାଇଛି। ଡ୍ରାଭିଡଙ୍କୁ ଗତବର୍ଷ ‘ହଲ୍ ଅଫ୍ ଫେମ୍’ରେ ସାମିଲ୍ କରାଯାଇଥିଲା। ଏହି ତାଲିକାରେ ସାମିଲ୍ ହେବାରେ ସେ ପଞ୍ଚମ ଭାରତୀୟ ହୋଇଥିଲେ।

ଗତବର୍ଷ ଥିରୁଅନନ୍ତପୁରମରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ପଞ୍ଚମ ମ୍ୟାଚ୍ ପୂର୍ବରୁ ସୁନୀଲ ଗାଭାସ୍କର ଡ୍ରାଭିଡଙ୍କୁ କ୍ୟାପ୍ ପ୍ରଦାନ କରି ସମ୍ମାନିତ କରିଥିଲେ। ତାଙ୍କ ସହ ଅଷ୍ଟ୍ରେଲିଆକୁ ଦୁଇଥର ବିଶ୍ୱ ବିଜେତା କରାଇଥିବା କ୍ୟାପଟେନ୍ ରିକି ପଣ୍ଟିଂ ଏବଂ ଇଂଲଣ୍ଡର ମହିଳା କ୍ରିକେଟର କ୍ଲେୟାର ଟେଲରଙ୍କୁ ମଧ୍ୟ ଜୁଲାଇରେ ଆଇସିସି ହଲ୍ ଅଫ୍ ଫେମରେ ସ୍ଥାନ ମିଳିଥିଲା। ଡ୍ରାଭିଡ୍ ଭାରତ ପକ୍ଷରୁ ୧୬୪ ଟେଷ୍ଟ ଓ ୩୪୪ ଦିନିକିଆ ଖେଳି ମୋଟ ୨୪,୧୭୭ ରନ୍ କରିଛନ୍ତି।

Comments are closed.