୩ ଦଲାଲଙ୍କୁ ଗିରଫ କଲା ପୋଲିସ

ଗଜପତି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ୩ଜଣ ଦଲାଲଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଅନୁଗୁଡି ଗାଁର ଯୁନେଶ ଶବର, ସୁରଙ୍ଗା ଗାଁର ମେଥୁ କାର୍ଯୀ ଏବଂ ପାରଳାଖେମୁଣ୍ଡି କେଉଟ ସାହିର ନାଲା ରାଜୁ ବୋଲି ପୋଲିସ କହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ରୋଗୀଙ୍କୁ ଠକୁ ଥିବା ଅଭିଯୋଗରେ ନାଲା ରାଜୁକୁ ପୋଲିସ ଗିରଫ କରିଥିବା ବେଳେ ଯୁନେଶ ଓ ମେଥୁକୁ ପୋଲିସ ପରିବହନ କାର୍ଯ୍ୟାଳୟ ପରିସରରୁ ଗିରଫ କରିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ମେଡିକାଲ ଓ ପରିବହନ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବା ପାଇଁ ପୋଲିସ ଚଢାଉ ଜାରି ରଖିଛି।