Odisha Link
Bridging the Missing Links in Odisha

ଗାନ୍ଧି ଜୟନ୍ତୀ ଅବସରରେ ଆବେୱେଷ୍ଟ ସର୍ଭିସେସ୍‌ ତରଫରୁ ସଫେଇ ଅଭିଯାନ

ଭୁବନେଶ୍ୱର: ଓଡ଼ିଶାର ଏକ ନମ୍ବର ସ୍କିଲ୍ ଅନୁଷ୍ଠାନ ଆବେୱେଷ୍ଟ ସର୍ଭିସେସ୍ ପକ୍ଷରୁ “ଗାନ୍ଧି ଜୟନ୍ତୀ” ଅବସରରେ ଆଖପାଖ ଅଞ୍ଚଳରେ ସଫେଇ କାର୍ଯ୍ୟକ୍ରମ ହୋଇ ଯାଇଛି। ସଚେତନତା ପାଇଁ ମଙ୍ଗଳା ବସ୍ତିରେ ୧୦୦ ରୁ ଅଧିକ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ କରାଯାଇଛି। ସ୍ୱଚ୍ଛତା ହିଁ ସେବା ଆର୍ଦଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରଛାତ୍ରୀ ମାନେ ସ୍ଥାନୀୟ ଲୋକମାନଙ୍କୁ ଜାଗୃତ କରାଇଥିଲା। ଆବେୱେଷ୍ଟସର୍ଭିସେସ୍ ତରଫରୁ ଯୁବ ସମାଜକୁ ଗାନ୍ଧିଙ୍କ ସ୍ୱପ୍ନର ଭାରତ “ସ୍ୱଚ୍ଛ ଭାରତ ମିଶନ” ବାର୍ତ୍ତାକୁ ଆଗେଇ ନେବା ପାଇଁ ଏକ ପଦଯାତ୍ରା ମାଧ୍ୟମରେ ସ୍ୱଚ୍ଚତା ସଂର୍ପକରେ ଜାଗୃତ କରାଯାଇଥିଲା। ଏହି ଅଭିଯାନରେ ଛାତ୍ରଛାତ୍ରୀ ମାନେ ବସ୍ତିବାସିନ୍ଦା ମାନଙ୍କୁ ରାସ୍ତାରେ ଆଳିଆ ନ ପକାଇବା, ବାହାରେ ମଳମୁତ୍ର ପରିତ୍ୟାଗ ନ କରିବା,ପ୍ଲାଷ୍ଟିକ ବ୍ୟବହାର ନ କରିବା,ଘର ଆଖପାଖ ଅଞ୍ଚଳରେ ପରିସ୍କାର ରଖିବା ପାଇଁ ଲୋକମାନଙ୍କୁ ବୁଝାଇଥିଲେ।


ଆଜିର ସମୟରେ ସ୍ୱଚ୍ଚତାକୁ ଏକ ମିଶନ ଭାବରେ ନେବା ନିହାତି ଆବଶ୍ୟକ ହୋଇଯାଇଛି। ସ୍ୱଚ୍ଚତାକୁ ଆମକୁ ବ୍ୟକ୍ତିଗତ ଭାବରେ ଆପଣେଇବାର ସମୟ ଆସିଯାଇଛି। ଗାନ୍ଧିଙ୍କୁ ଆର୍ଦଶରେ ଅନୁପ୍ରାଣିତ ହୋଇ ସମାଜ ପାଇଁ ଉନ୍ନୟନ ମୂଳକ କାମ କରିବାକୁ ହେବ ବୋଲି ଆବେୱେଷ୍ଟ ସର୍ଭିସେସ୍ ପ୍ରାଇଭେଟ ଲିମିଟେଡ ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଫେସର ପୃଥୀରାଜ ଦାସ ଛାତ୍ର ଛାତ୍ରୀ ସମ୍ବୋଧିତ କରି କହିଥିଲେ। ଏହି ସମାନ ଧରଣର ସଫେଇ ଅଭିଯାନ ଆବେୱେଷ୍ଟ ସର୍ଭିସେସ୍ର ବିଭିନ୍ନ ଶାଖା ତଥା କଳିଙ୍ଗନଗର,ପାତ୍ରପଡା, ଯାଜପୁର ଏବଂ ବାରିପଦା ସ୍ଥିତ ଟ୍ରେନିଂଗ୍ ସେଣ୍ଢର ମଧ୍ୟ କରାଯାଇଥିଲା। କାର୍ଯ୍ୟକ୍ରମ ପରିଶେଷରେ ଆବେୱେଷ୍ଟ ସର୍ଭିସେସ୍ରେ ଅଧ୍ୟୟନ ଛାତ୍ରଛାତ୍ରୀମାନଙ୍କ ପାଇଁ ଗାନ୍ଧି ଜୟନ୍ତୀ ଅବସରରେ ବିଭିନ୍ନ ପ୍ରକାର କୁଇଜ ପ୍ରତିଯୋଗିତା ଆୟୋଜନ କରାଯାଇ ପୁରୁସ୍କୃତ ବିତରଣ କରାଯାଇଥିଲା

Comments are closed.