Odisha Link
Bridging the Missing Links in Odisha

କେନ୍ଦ୍ରପଡ଼ାରେ ଡବଲ୍ ଏନ୍‌କାଉଣ୍ଟର

କେନ୍ଦ୍ରପଡ଼ା: କେନ୍ଦ୍ରପଡ଼ାରେ ଡବଲ୍ ଏନ୍‌କାଉଣ୍ଟର ହୋଇଛି। ସ୍ପେଶାଲ ସ୍କ୍ବାର୍ଡ ପକ୍ଷରୁ ଏନ୍‌କାଉଣ୍ଟର କରାଯାଇଛି। ପୋଲିସ ଗୁଳିରେ ଦୁଇ ଅପରାଧୀ ଅନନ୍ତ ପ୍ରସାଦ ଜେନା ଓ ପ୍ରଭାତ ନାୟକ ଆହତ ହୋଇଛନ୍ତି। ଉଭୟଙ୍କୁ ଆହତ ଅବସ୍ଥାରେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନନ୍ତର ଦୁଇ ଗୋଡ଼ରେ ଗୁଳି ବାଜିଥିବା ବେଳେ ପ୍ରଭାତର ଡାହାଣ ଗୋଡ଼ରେ ଗୋଟିଏ ଗୁଳି ବାଜିଛି।
ଆହତ ଅନନ୍ତ ଗତ ସେପ୍ଟେମ୍ବର ୧୮ ତାରିଖରେ ହାତିଆଠାରେ ହୋଇଥିବା ଗଗନ ସାହୁ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ଥିବା କୁହାଯାଉଥିବା ବେଳେ ପ୍ରଭାତର ମଧ୍ୟ ଏହି ଗୁଳିକାଣ୍ଡରେ ସମ୍ପୃକ୍ତି ରହିଛି। ଅନ୍ୟପକ୍ଷରେ ଅଗଷ୍ଟ ୧୪ ତାରିଖରେ କଳପଡା ବ୍ୟବସାୟୀ ଗୁଳିକାଣ୍ଡରେ ମଧ୍ୟ ଉଭୟଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିଛି।
ଗତକାଲି ରାତିରେ ଅନନ୍ତ ଓ ପ୍ରଭାତଙ୍କୁ ପିଛା କରି ପୋଲିସ ମାର୍ଶାଘାଇ-ଅଙ୍ଗୁଳାଇ କଳା ପୋଲ ନିକଟରେ ତାଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲା । ଉଭୟ ପୋଲିସକୁ ଚକମା ଦେଇ ଫେରାର୍ ହୋଇଯିବାକୁ ଚେଷ୍ଟା କରିଥିଲେ । ପୋଲିସ ଦୁଇ ଅପରାଧୀଙ୍କ ଉପରକୁ ଗୁଳି ଚଳାଇଲା। ଏହି ଦୁଇ ଅପରାଧୀଙ୍କଠାରୁ ଗୋଟିଏ ପିସ୍ତଲ, ଦୁଇଟି ମୋବାଇଲ ଫୋନ୍ ଓ ଗୋଟିଏ ନମ୍ଵରବିହୀନ ପଲସର୍ ଜବତ ହୋଇଛି। ଏମାନଙ୍କ ନାମରେ ଡକାୟତି, ଦାଦା ବଟି ଆଦାୟ, ହତ୍ୟା, ରାହାଜାନି, ଅପହରଣ ଭଳି ୧୫ରୁ ଅଧିକ ମାମଲା ରହିଛି।

Comments are closed.