ଓଡ଼ିଶା ଆସୁଛନ୍ତି RSS ମୁଖ୍ୟ ମୋହନ ଭାଗବତ

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସୁଛନ୍ତି ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ। ଆସନ୍ତା ୧୨ରୁ ୨୦ ତାରିଖ ଯାଏଁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଆରଏସ୍ଏସ୍ର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମରେ ଯୋଗଦେବେ ମୋହନ ଭାଗବତ। ସେ ଏହି କାର୍ଯ୍ୟକ୍ରମ ପାଇଁ ୯ ଦିନ ଯାକ ଓଡ଼ିଶାରେ ରହିବେ ବୋଲି ସୂଚନା ରହିଛି। ଏଥିସହ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଧ୍ୟ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।
ଆରଏସ୍ଏସ୍ର କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମ ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି। ଏଥିରେ ସମସ୍ତ ପ୍ରାନ୍ତ ଓ କ୍ଷେତ୍ରରୁ ପ୍ରଚାରକ, କାର୍ଯ୍ୟବାହ ଓ ସଂଘଚାଳକ ଏବଂ ଅଖିଳ ଭାରତ କାର୍ଯ୍ୟକାରିଣୀଙ୍କ ସମେତ ପ୍ରାୟ ୪୦୦ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ବର୍ଷକର କାର୍ଯ୍ୟକ୍ରମ ସମୀକ୍ଷା ହେବା ସହ ଗୋଟିଏ ବର୍ଷର ଯୋଜନା ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି।