Odisha Link
Bridging the Missing Links in Odisha

ଅଫିସରଙ୍କ ପାଇଁ ଚିକେନ, ଛାତ୍ରଛାତ୍ରୀଙ୍କୁ ଡାଲି

ସୁନ୍ଦରଗଡ଼: ଛାତ୍ର ଛାତ୍ରୀଙ୍କୁ ଦିଆଗଲା ଭାତ ଓ ଡାଲି। ହେଲେ ବିଇଓଙ୍କ ଭାତ ଥାଳିରେ ପରସା ଗଲା ଚିକେନ। ମଧ୍ୟାହ୍ନଭୋଜନରେ ବିଇଓ ଖାଇଲେ ଚିକେନ। ଏଭଳି ସମ୍ବେଦନହୀନ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଣାକ ବ୍ଲକ ଅନ୍ତର୍ଗତ ତିଲେଇମଲେ ସ୍କୁଲରେ। ମଧ୍ୟାହ୍ନ ଭୋଜନ ମାନ ଯାଞ୍ଚ ବେଳେ ଏଭଳି ଚିତ୍ର ସାମନାକୁ ଆସିଛି। ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ ପାଇଁ ଯାଇଥିବା ଅଧିକାରୀ ଖାଇଲେ ସୁସ୍ୱାଦୁ ବ୍ୟଞ୍ଜନ ଓ ପିଲାଏ ଖାଇଲେ ଭାତ ସାଙ୍ଗରେ ଖାଲି ଡାଲି।
ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ମାନ ଜାଞ୍ଚ୍ ପାଇଁ ବଣେଇ ବ୍ଲକ ଶିକ୍ଷାଧିକାରୀ ବିନୟ ପ୍ରକାଶ ସଏ ତିଲେଇମାଲ ସ୍କୁଲକୁ ଯାଇଥିଲେ। ତାଙ୍କୁ ସ୍ୱାଗତ କରିଥିଲେ ବିଦ୍ୟାଳୟର ପ୍ରଧାନଶିକ୍ଷକ ତୁପି ଚନ୍ଦନ କିସାନ । ତାପରେ ଆରମ୍ଭ ହୋଇଥିଲା ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ ପ୍ରକ୍ରିୟା । ଛାତ୍ରଛାତ୍ରୀ, ପ୍ରଧାନଶିକ୍ଷକଙ୍କ ସହ ତଳେ ବସି ଖାଇଥିଲେ ବିଇଓ । ହେଲେ ଏହି ସମୟରେ ପିଲା ଏବଂ ବିଇଓଙ୍କ ମଧ୍ୟରେ ଭେଦଭାବ ଦେଖିବାକୁ ମିଳିଥିଲା । ପିଲାଙ୍କ ଥାଳିରେ ଭାତ-ଡାଲି ଥିବାବେଳେ ଉଭୟ ସାରଙ୍କ ଥାଳିରେ ଥିଲା ଭାତ, ଡାଲି, ସହିତ ସାଲାଡ୍ ଓ ଚିକେନ । ସେହି ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Comments are closed.