Odisha Link
Bridging the Missing Links in Odisha

ସେବା ପାଇଁ ସାଢେ ୧୭ କୋଟି

ଭୁବନେଶ୍ୱର: ‘ମୋ ସରକାର’କୁ ମୂଳମନ୍ତ୍ର କରି ସାଧାରଣ ଲୋକଙ୍କ ସମସ୍ୟା ଦୂର କରିବାରେ ସହାୟକ ହେଉଥିବା ପ୍ରଥମ ପ୍ରଥମିତା ଥାନାକୁ ଗୁରୁତ୍ୱ ଦେଇଛନ୍ତି ସରକାର। ତେଣୁ ରାଜ୍ୟର ସମସ୍ତ ଥାନା ଗୁଡ଼ିକରେ ଲୋକଙ୍କୁ କିଭଳି ଉନ୍ନତ ସେବା ଯୋଗାଇଦିଆଯିବ, ସେନେଇ ଥାନାକୁ ବାର୍ଷିକ ୧୭.୫ କୋଟି ଟଙ୍କାର କଣ୍ଟିଜେନ୍ସି ଫଣ୍ଡ୍ ବା ଅତିରିକ୍ତ ଜରୁରୀକାଳୀନ ପାଣ୍ଠି ମଞ୍ଜୁରୀ କରିଛନ୍ତି ମୁଖ୍ୟମନ୍ତ୍ରୀ।
ବିଶେଷ କରି ଦିନକୁ ଦିନ ଅପରାଧ ଆଡ୍ଡା ଆଡକୁ ମୁହାଁଉଥିବା ଟ୍ୱିନ-ସିଟି ପୋଲିସ୍ କମିଶନରେଟରେ ଥିବା ୪୪ଟି ଥାନା ପାଇଁ ମାସିକ ୪୦ ହଜାର ଟଙ୍କା ଲେଖାଏ ମଞ୍ଜୁର କରାଯାଇଥିବାବେଳେ, ସହ ସହରାଞ୍ଚଳର ୧୪୨ଟି ଥାନା ପାଇଁ ମାସିକ ୩୦ ହଜାର ଟଙ୍କା ଏବଂ ଗ୍ରାମାଞ୍ଚଳର ୩୫୧ଟି ଥାନା ପାଇଁ ମାସିକ ୨୦ ହଜାର ଟଙ୍କା ଲେଖାଏଁ କଣ୍ଟିଜେନ୍ସି ଫଣ୍ଡ୍ ବା ଅତିରିକ୍ତ ଜରୁରୀକାଳୀନ ପାଣ୍ଠି ମଞ୍ଜୁରୀ ଦେଇଛନ୍ତି ସରକାର।
ଅନ୍ୟପଟେ ୪ଟି ମହିଳା ଥାନା, ୫ଟି ଟ୍ରାଫିକ୍ ଥାନା, ୧୫ଟି ରେଳବାଇ ଥାନା, ୪ଟି ସାଇବର ଥାନା, ଗୋଟିଏ ଅର୍ଥନୈତିକ ଅପରାଧ ଥାନା, ଗୋଟିଏ ଏସିଟିଏଫ୍ ଥାନା, ଗୋଟିଏ ଏଚଆରପିସି ଥାନା, ଗୋଟିଏ କ୍ରାଇମ ବ୍ରାଞ୍ଚ ଥାନା ପାଇଁ ପ୍ରତ୍ୟେକଙ୍କୁ ମାସିକ ୩୦ ହଜାର ଟଙ୍କା ଲେଖାଏଁ ମଞ୍ଚୁର କରାଯାଇଛି। ଏହାସହ ରାଜ୍ୟର ଉପକୂ,ରେ ଥିବା ୧୮ଟି ସାମୁଦ୍ରିକ ଥାନା ଗୁଡ଼ିକ ପାଇଁ ମାସିକ ୨୦ ହଜାର ଟଙ୍କା ଲେଖାଏ ମଞ୍ଚୁରୀ କରିଛନ୍ତି ରାଜ୍ୟ ସରକାର। ତେବେ ଗାନ୍ଧି ଜୟନ୍ତୀରୁ ଆରମ୍ଭ ହୋଇଥିବା ‘ମୋ ସରକାର’କୁ ସଫଳ କରି ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.