Odisha Link
Bridging the Missing Links in Odisha

୫’T’: ଅପରାଜିତାଙ୍କ ମନ୍ତବ୍ୟର ପାଲଟା ଜବାବ ଦେଲେ ଅରୂପ, କହିଲେ ଭଦ୍ର ମହିଳା..

ଭୁବନେଶ୍ବର: ପୁଣିଥରେ ୫’T’କୁ ନେଇ ସମାଲୋଚନା କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ତାଙ୍କ ସମାଲୋଚନାର ଜବାବ ଦେଇଛନ୍ତି ବିଜେଡି ନେତା ଅରୂପ ପଟ୍ଟନାୟକ। ସେ କହିଛନ୍ତି ଯେ, ମୁଁ ତ ଆଇଏଏସ୍‌ ଏବଂ ଆଇପିଏସ୍‌ ପ୍ରଣିକ୍ଷଣ ବେଳେ ଯାହା ହୁଏ ସବୁ ଜାଣିଛି। ସେଠାରେ ଆମେ ଲେଫ୍ଟ ରାଇଟ୍‌ ଶିଖୁ ବୋଲ ଅରୂପ କହିଛନ୍ତି।

ଏଥିସହିତ ସେ କହିଛନ୍ତି ଯେ, ଲୋକଙ୍କୁ କେମିତି ହ୍ୟାଣ୍ଡେଲ କରାଯିବ ଟ୍ରେନିଂ ଦିଆଯାଏନି। ସେ ଭଦ୍ର ମହିଳା ଟ୍ରେନିିଂରେ ୫’T’ ବୋଧେ ଶିଖିଥିବେ। ହେଲେ ମୁଁ କିନ୍ତୁ ଟ୍ରେନିଂରେ କେବଳ ପରାଡ୍‌ ଶିଖିଛି। ସେ ଯେବେ ମୁଖ୍ୟମନ୍ତ୍ରୀ ହେବେ ୫’T’ ବାତିଲ କରିଦେବେ ବୋଲି ତାତ୍ସଲ୍ୟ କହିଛନ୍ତି ଅରୂପ ପଟ୍ଟନାୟକ।

ଅପରପକ୍ଷେ ଅରୂପ କହିଛନ୍ତି ଯେ, ମନ୍ତ୍ରୀ, ବିଧାୟକ ସମସ୍ତେ ସେବକ। ପବ୍ଲିକ ଲାଇଫରେ କାହାର ପାଓ୍ବାର ଦରକାର ନାହିଁ ବୋଲି କହିଛନ୍ତି ଅରୂପ।

ସୂଚନାଥାଉକି, ଆଜି ୫ଟି କୁ ନେଇ ପୁଣି ମୁହଁ ଖୋଲିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ। ୫ଟି ଏକ ଅଭିନବ ପ୍ରୟାସ ନୁହେଁ। ୫ଟି ଏକ ସ୍ବତନ୍ତ୍ର ବିଭାଗ ହେବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି। ଏହାଦ୍ବାରା ଅନ୍ୟ ବିଭାଗୀୟ ସଚିବ ଓ ମନ୍ତ୍ରୀଙ୍କ କ୍ଷମତା ସଙ୍କୁଚିତ ହେଉଛି। ୫ଟି ଏକ ନୂଆ କନସେପ୍ଟ ନୁହେଁ ବୋଲି ଅପରାଜିତା କହିଛନ୍ତି। ଆଇଏଏସ ଟ୍ରେନିଂ ସମୟରେ ଆମକୁ ମଧ୍ୟ ୫ଟି କୁ ନେଇ ଅବଗତ କରାଯାଇଥିଲା ବୋଲି ସିଧାସଳଖ ଶୁଣାଇଛନ୍ତି ଅପରାଜିତା। ୫ଟି ଭଳି ଅନ୍ୟ ଏକ ବିଭାଗ ନକରି ଯେଉଁ ବିଭାଗ ଦାୟିତ୍ବରେ ଯିଏ ଅଛନ୍ତି ସେମାନଙ୍କୁ ସକ୍ଷମ କରାଯାଉ ବୋଲି ସେ କହିଛନ୍ତି।

Comments are closed.