Odisha Link
Bridging the Missing Links in Odisha

ଟ୍ରେନରେ ଲାଗିଲା ନିଆଁ ୬୨ ଜଣ ମୃତ୍ୟୁ!

ପାକିସ୍ତାନ: ପାକିସ୍ତାନର କରାଚୀ-ରାୱଲପିଣ୍ଡି ତେଜ୍‌ଗାମ ଏକ୍ସପ୍ରେସ ଟ୍ରେନରେ ଲାଗିଲା ଭୟଙ୍କର ନିଆଁ। ଟ୍ରେନର ୩ଟି ବଗି ଜଳିପୋଡି ପାଶଁଶ ହୋଇଯାଇଥିବା ବେଳେ ଟ୍ରେନରେ ଥିବା ୬୨ ଜଣ ଯାତ୍ରୀଙ୍କ ଜୀବନ ଚାଲିଯାଇଛି। ରେଲୱେ ଅଧିକାରୀଙ୍କ କହିବା ଅନୁଯାୟୀ, ଖାଦ୍ୟ ପ୍ରସ୍ତୁତ ପାଇଁ ବ୍ୟବହାର କରାଯାଉଥିବା ଗ୍ୟାସରୁ ଏହି ବିସ୍ଫୋରଣ ହୋଇଥିଲା। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଘଟଣାରେ ଏବେବି ୩୦ରୁ ଅଧିକ ଲୋକ ଜୀବନ ସହ ସଂଗ୍ରାମ କରୁଛନ୍ତି।
ଗୁରୁବାର ସକାଳେ ପାକିସ୍ତାନର ଲିଆକତ୍‌ପୁର ଅନ୍ତର୍ଗତ ରହିମ ୟାର୍‌ ଖାଁ ନିକଟରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ ଲାଗିଥିଲା। କରାଚିରୁ ଲାହୋର ଅଭିମୁଖେ ଯାତ୍ରା କରୁଥିବା କରାଚି-ରାଓ୍ଵଲପିଣ୍ଡି ତେଜ୍‌ଗାମ ଏକ୍ସପ୍ରେସ୍‌ର ୩ଟି ବଗିରେ ନିଆଁ ଲାଗିଯାଇଥିଲା। ଆହତମାନଙ୍କୁ ଆଖପାଖର ଡାକ୍ତରଖାନାକୁ ନିଆ ଯାଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆଗେଇ ଚାଲିଛି।

Comments are closed.