Odisha Link
Bridging the Missing Links in Odisha

ଏ କି ପାଗଳାମୀ ଶାସନ: ସୁର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫’ଟି’କୁ ନେଇ ସାରା ରାଜ୍ୟରେ ଚହଳ। ଏହାକୁ ନେଇ ମଧ୍ୟ ରାଜ୍ୟ ରାଜନୀତି ବେଶ ସରଗରମ। ରାଜ୍ୟରେ ବିଜେପି ଓ କଂଗ୍ରେସ ୫’ଟି’କୁ ନେଇ ପ୍ରଥମରୁ ହିଁ ସମାଲୋଚନା କରିଛନ୍ତି। ଆଜି ସକାଳେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ୫’ଟି’କୁ ନେଇ ସମାଲୋଚନା କରିଥିବା ବେଳେ କଂଗ୍ରେସ ବିଧୟାକ ସୁର ରାଉତରାୟ ମଧ୍ୟ ୫ଟିକୁ ନେଇ ପ୍ରତିକ୍ରିୟା ହେଇଛନ୍ତି। ସୁର ୫’ଟି’କୁ କଟାକ୍ଷ କରି କହିଛନ୍ତି ଯେ, ୫’ଟି’ ମାନେ ‘ଟି’ ନା ‘ଚା’।

ସେ କହିଛନ୍ତି ଯେ, ଭୁବନେଶ୍ୱରସ୍ଥ କ୍ୟାପିଟାଲ ହସ୍ପିଟାଲରେ ରୋଗୀ ପଡ଼ିଛନ୍ତି। ଏହା ପ୍ରତି କାହାର ନଜର ପଡ଼ୁନାହିଁ । ହସ୍ପିଟାଲରେ ବେଡ ନାହିଁ। ରୋଗୀ ତଳେ ଗଡ଼ୁଛନ୍ତି। ଆଗ ରାଜଧାନୀର ଅବସ୍ଥା ଦେଖ। ଏଠାରେ ମନ୍ତ୍ରୀଙ୍କ ମର୍ଯ୍ୟାଦାହାନୀ ହେଉଛି। ମନ୍ତ୍ରୀ ପ୍ରଚାରରେ ଥିଲେ, ସିଡିଏମଓଙ୍କୁ ସସପେଣ୍ଡ କରାଗଲା। ମନ୍ତ୍ରୀ ଭୋଟ କାଉଣ୍ଟିଂରେ ଅଛନ୍ତି, ସସପେଣ୍ଡ ଉଠିଗଲା। କ’ଣ ଚାଲିଛି ଏଠି। ଏ କି ପାଗଳାମୀ ଶାସନ। ଏଠି ଅଫିସରଙ୍କ ଜରିଆରେ ସବୁ ହେଉଛି ବୋଲି ସୁର ରାଉତରାୟ କହିଛନ୍ତି।

Comments are closed.