Odisha Link
Bridging the Missing Links in Odisha

ସେବାଶ୍ରମର ୧୩ ବର୍ଷୀୟ ଛାତ୍ରୀ ଗର୍ଭବତୀ

ଜୟପୁର: ସେବାଶ୍ରମରେ ୧୩ ବର୍ଷୀୟ ଛାତ୍ରୀଙ୍କ ଗର୍ଭବତୀ ଘଟଣା ଦେଖିବାକୁ ମିଳିଛି ଫାମ୍ପୁଣୀସ୍ଥିତ ଉନ୍ନୀତ ଉଚ୍ଚ ପ୍ରାଥମିକ ସେବାଶ୍ରମରେ। ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଥିବା କଥା ବୁଧବାର ସନ୍ଧ୍ୟାରେ ଜାଣିବାକୁ ମିଳିଛି। ୧୩ ବର୍ଷର ଏହି ନାବାଳିକା ଜଣକ ହେଉଛନ୍ତି ଆଦିବାସୀ ସମ୍ପ୍ରଦାୟର। ସୂଚନା ଅନୁସାରେ, ସମ୍ପୃକ୍ତ ଛାତ୍ରୀଜଣକ ଗତ ତିନି ମାସ ହେବ ଆବଶ୍ୟକ ବ୍ୟକ୍ତିଗତ ଜିନିଷ ନେଉ ନ ଥିବା କଥା ରେଜିଷ୍ଟର୍‌ରୁ ସେବାଶ୍ରମ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ।ତେଣୁ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା।

ଡାକ୍ତରୀ ପରୀକ୍ଷାର ରିପୋର୍ଟ ପଜିଟିଭ୍‌ ବାହାରିବା ପରେ ସେ ତିନି ମାସର ଗର୍ଭବତୀ ଥିବା କଥା ଜଣାପଡ଼ିଥିଲା। ଏହି ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ପଚାରିଥିଲେ ମଧ୍ୟ ଛାତ୍ରୀଜଣକ ନିରୁତ୍ତର ରହିଛନ୍ତି। ପୁଣି ଥରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ସେବାଶ୍ରମ ପକ୍ଷରୁ କୁହାଯାଇଛି। ପୂର୍ବରୁ ଉମୁରି ଠାରେ ଥିବା ସେବାଶ୍ରମରେ ମଧ୍ୟ ଏ ଭଳି ଘଟଣା ଘଟିଛି। ସେଠାରେ ମଧ୍ୟ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଅନ୍ତଃସତ୍ତ୍ୱା ହୋଇ ନଅ ମାସ ପରେ ସନ୍ତାନ ଜନ୍ମ କରିବା ପରେ କର୍ତ୍ତୃପକ୍ଷମାନେ ଜାଣିଥିଲେ।

Comments are closed.