Odisha Link
Bridging the Missing Links in Odisha

ପରଲୋକରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତ

ଭୁବନେଶ୍ବର : ଆରପାରିରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତ। ଆଜି ଭୁବନେଶ୍ୱରଠାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ସେ ଧାମନଗର ବିଧାନସଭା ଆସନରୁ ୩ ଥର ରାଜ୍ୟ ବିଧାନଭାକୁ ନିର୍ବା​ଚ‌ିତ ହୋଇଥିଲେ।​‌

ଜଗନ୍ନାଥ ରାଉତ ୧୯୮୦, ୧୯୮୫ ଏବଂ ୧୯୯୫ରେ କଂଗ୍ରେସ ଟିକେଟ୍‍ରୁ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ବିଭିନ୍ନ ସମୟରେ ସେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଦାୟିତ୍ୱରେ ଥିଲେ। ସେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‍ ଧୁଷୁରୀ ବାହାରବିଲ୍‍ ଗ୍ରାମରେ ୧୯୪୨ ମସିହା ନଭେମ୍ବର ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।