Odisha Link
Bridging the Missing Links in Odisha

ବୋର୍ଡକୁ ବଦନାମ୍‌ ପରିବା ପାଇଁ ଉଦ୍ୟମ କରାଯାଉଛି: ମନ୍ତ୍ରୀ

ଭୁବନେଶ୍ବର: ବାରିପଦା ଓ ଆସିକାରେ ମାଟ୍ରିକ୍‌ ଆଡମିଟ୍‌ କାର୍ଡ ଭାଇରାଲ୍‌ ପ୍ରସଙ୍ଗରେ ମୁହଁ ଖୋଲିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଏନେଇ ଶ୍ରୀ ଦାଶ କହିଛନ୍ତି ଯେ, ଭାଇରାଲ୍‌ ଆଡମିଟ୍‌ କାର୍ଡ ଫେକ୍। ବୋର୍ଡକୁ ବଦନାମ୍‌ କରିବା ପାଇଁ ଭାଇରାଲ କରାଯାଇଛି। ସେ ଏ ବାବଦରେ ବୋର୍ଡ ସଭାପତିଙ୍କ ସହିତ କଥା ହୋଇଛନ୍ତି। ହାଇରାଲ୍‌ ହୋଇଥିବା ଆର୍ଡମିଟ୍‌ କାର୍ଡରେ ସଭାପତିଙ୍କ ଦସ୍ତଖତ ନାହିଁ। ସମସ୍ୟା ହେଲେ ଯାହା ଆଇନଗତ କାର୍ଯ୍ୟାନୁଷ୍ଠାନ ଆମେ ନେବୁ। ତ୍ରୁଟି ଥିଲେ ସୁଧାର ଅଣାଯିବ। କୌଣସି ପିଲା ପରୀକ୍ଷାରୁ ବାଦ୍‌ ପଡ଼ିବେ ନାହିଁ।