Odisha Link
Bridging the Missing Links in Odisha

ବରକୁ ଅପହରଣ ନୁହେଁ, ପୁଲିସ ଉଠାଇଥିଲା !

ଭୁବନେଶ୍ୱର: ମଝି ରାସ୍ତାରେ ଗାଡ଼ିକୁ ଅଟକାଇ ଦୁର୍ବୃତ୍ତ ବରକୁ ଉଠାଇନେବା ଘଟଣାରେ ଏକ ନୂଆ ଟ୍ୱିଷ୍ଟ ଆସିଛି। ବରକୁ କୌଣସି ଦୁର୍ବୃତ୍ତନୁହନ୍ତି ଖୋଦ ପୁଲିସ ଉଠାଇ ନେଇଥିବା ଜଣାଯାଇଛି। ଏନେଇ କଟକ ଗ୍ରାମାଞ୍ଚଳ ଏସପି ରାଧାବିନୋଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଶ୍ରୀ ପାଣିଗ୍ରାହୀଙ୍କ ସୂଚନା ଅନୁଯାୟୀ ସମ୍ପୃକ୍ତ ବର ଜଣକ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଥିବାବେଳେ ବାଙ୍କୀ ପୁଲିସ ତାଙ୍କୁ ଉଠାଇ ନେଇଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ବର ଜଣକ ଫେରାର ଥିଲେ। ଏନେଇ ପୁଲିସ ତାଙ୍କୁ ଖୋଜୁ ଥିଲା। ଆଜି ସେ ଲୁଚି ଲୁଚି ବାହା ହେବାକୁ ଯାଉଥିବାବେଳେ ପୁଲିସ ତାଙ୍କୁ ଧରିଥିବା କଟକ ଗ୍ରାମାଞ୍ଚଳ ଏସପି ରାଧାବିନୋଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ସାପୁଆ ପୋଲ ଉପରୁ ଦୁର୍ବୃତ୍ତମାନେ ଜବରଦସ୍ତ ବରକୁ ଉଠାଇ ନେଇଥିବା ସୂଚନା ମିଳିଥିଲା। ୭/୮ ଜଣ ଦୁର୍ବୃତ୍ତ ବରକୁ ଏକ ବୋଲେରୋରେ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା। ଅପହରଣ ନେଇ ଆଠଗଡ଼ ଥାନାରେ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା ।

ବାହା ହେବାକୁ ଢେଙ୍କାନାଳରୁ ବର ଓ ବରଯାତ୍ରୀ ଆଠଗଡ଼ ଆସୁଥିଲେ । ବୀରକିଶୋରପୁର ଶିବ ମନ୍ଦିରରେ ବାହାଘର ହେବାର ଥିଲା। ତେବେ ୭/୮ ଜଣ ଦୁର୍ବୃତ୍ତ ଏକ ବୋଲେରୋରେ ଆସି ସାପୁଆ ପୋଲ ଉପରୁ ବରକୁ ଉଠାଇ ନେଇଥିଲେ। ତେବେ ରାସ୍ତା ମଝିରୁ କିଏ ଓ କାହିଁକି ବରକୁ ଉଠାଇ ନେଲା ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ଅପହରଣକାରୀଙ୍କୁ ପରିବାର ଲୋକ ଚିହ୍ନିନଥିବା କହିଥିଲେ।

Comments are closed.