Odisha Link
Bridging the Missing Links in Odisha

ଆସନ୍ତାକାଲିଠୁ ଟିଭି ପରଦାରେ ‘ଶକ୍ତିମାନ’

ନୂଆଦିଲ୍ଲୀ: ଲକଡାଉନ ସମୟରେ ଭାରତୀୟ ଟେଲିଭିଜନ ଇତିହାସର ସବୁଠାରୁ ଲୋକପ୍ରିୟ ସିରିଏଲ ‘ରାମାୟଣ’, ‘ମହାଭାରତ’ର ମଜା ନେଉଛନ୍ତି ଟିଭି ପ୍ରେମୀ। ଟିଭି ଦର୍ଶକଙ୍କ ପାଇଁ ଖୁସି ଖବର ଆସନ୍ତାକାଲିଠୁ ପୁଣି ଥରେ ଟିଭି ପରଦାକୁ ଆସୁଛି ଭାରତୀୟ ଟେଲିଭିଜନ ଇତିହାସର ସବୁଠାରୁ ଲୋକପ୍ରିୟ ସିରିଏଲ ‘ଶକ୍ତିମାନ’। ଏପ୍ରିଲ ୧ରୁ ପ୍ରତିଦିନ ଦିନ ୧ଟାରେ ଦୂରଦର୍ଶନରେ ଦର୍ଶକ ଏହି ସିରିଏଲ ଦେଖିବାକୁ ପାଇବେ। ରବିବାର ଦିନ ଟ୍ୱିଟରରେ ‘ଶକ୍ତିମାନ’ର ଟେଲିକାଷ୍ଟ ବିଷୟରେ ମୁକେଶ ଖାନ୍ନା ସୂଚନା ଦେଇଥିଲେ।। ପରେ କାଲି ଡିଡି ପକ୍ଷରୁ ଏହାର ସ୍ପଷ୍ଟୀକରଣ କରାଯାଇଥିଲା।

କରୋନା ଭାଇରସ୍ କାରଣରୁ ଦେଶବ୍ୟାପୀ ବନ୍ଦ ସମୟରେ ‘ମହାଭାରତ’ ଏବଂ ‘ରାମାୟଣ’ ଭଳି ସିରିଏଲକୁ ପୁନଃପ୍ରସାରଣ କରାଯାଉଛି। ଏହି ସିରିଏଲ ବ୍ୟତୀତ ଶାହରୁଖ ଖାନଙ୍କ ‘ସର୍କସ’ ଏବଂ ରଣଜିତ କପୁରଙ୍କ ପ୍ରସିଦ୍ଧ ସିରିଏଲ ‘ବାଇମକେଶ ବକ୍ସି’ ମଧ୍ୟ ଦୂରଦର୍ଶନରେ ପ୍ରସାରଣ ପାଇଁ ଘୋଷଣା କରାଯାଇଛି।

Comments are closed.