ଉଠିବା ଆମେ: ଲକ୍ଡାଉନ୍ ବେଳେ ଭାରତୀୟଙ୍କୁ ଉଦ୍ବୁଦ୍ଧ କରୁଛି ଏ ଭିଡିଓ

ଭୁବନେଶ୍ବର: ଗୋଟିଏ ଅଦୃଶ୍ୟ ଭୂତାଣୁ ଦ୍ବାରା ଯେତେବେଳେ ବିଶ୍ବର ସବୁଠୁ ବଡ଼ ଗଣତନ୍ତ୍ରର ୧୩୦ କୋଟି ଜନତା ବନ୍ଦୀ, ଯେତେବେଳେ ଚଳଚଞ୍ଚଳ ଭାରତ ବର୍ଷ ଲକ୍ଡାଉନ୍ କାରଣରୁ ନିରବ, ନିଶ୍ଚଳ ଏବଂ ଯେତେବେଳେ ସାଧାରଣ ଗରିବ ଜନତା ଠାରୁ ଆରମ୍ଭ କରି ପୁଞ୍ଜିପତି ଯାଏଁ ସମସ୍ତେ ଲକ୍ଡାଉନ୍ ମାଡ଼ରେ ଆକ୍ତାମାକ୍ତା- ଠିକ ସେତିକି ବେଳେ ଏକ ପ୍ରେରଣାଦାୟୀ ଉଚ୍ଛ୍ବାସ ନେଇ ଉଭା ହୋଇଛନ୍ତି ସିନେ ପ୍ରଯୋଜକ ଭାରତ ବାଲା।
ସାରା ଦେଶ ଲକ୍ଡାଉନ୍ରେ ଥିବା ବେଳେ ଭାରତ ବାଲା ଓ ତାଙ୍କ ପ୍ରଯୋଜନା ସଂସ୍ଥାର ୧୧୭ ଜଣ ସଦସ୍ୟ ଲକ୍ଡାଉନ୍ ସମୟରେ ଭାରତର ଅଦେଖା ଦୃଶ୍ୟ ସବୁକୁ କ୍ୟାମେରାରେ ତୋଳି ଧରିବାକୁ ଚେଷ୍ଟା କରିଛନ୍ତି। ଆଉ ସେହି ଚେଷ୍ଟାରୁ ଜନ୍ମନେଇଛି ‘ଉଠିବା ଆମେ’। ପୂର୍ବରୁ ବନ୍ଦେ ମାତରମ୍, ଜନ ଗଣ ମନ ଓ ଇନକ୍ରେଡିବଲ୍ ଇଣ୍ଡିଆ ଭିଡିଓ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଥିଲେ ଭାରତ ବାଲା।
ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ସମେତ ଭାରତର ବିଭିନ୍ନ ଭାଷାରେ ପ୍ରସ୍ତୁତ ଏ ସିନେମାଟି ଦେଖନ୍ତୁ।
https://www.facebook.com/OdishaLink/videos/259046928536069