Odisha Link
Bridging the Missing Links in Odisha

କରୋନା ସଙ୍କଟ: ବଜାରରେ ମୋଦି-ରାହୁଲ ମାସ୍କର ଚାହିଦା

ଭୋପାଳ: ମହାମାରୀ କରୋନା ଭାଇରସ୍‌କୁ ପ୍ରତିହତ କରିବା ପାଇଁ ବିଭିନ୍ନ କଟକଣା ଓ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି। ସେମଧ୍ୟରୁ ମାସ୍କ ପରିଧାନ କରିବା ଏକ ପରାମର୍ଶ। ଏପରରିକି ଘର ବାହାରେ ପାଦ ଥାପିଲେ ସମସ୍ତ ମୁହଁରେ ମାସ୍କ ଲଗାଇ ବାହାରକୁ ଯାଉଛନ୍ତି। ଏଭଳି ସମୟରେ ବଜାରରେ ରାଜନୈତିକ ମାସ୍କର ଚାହିଦା ଅଧିକ ଦେଖିବାକୁ ମିିଳିଛି।

କରୋନା ସଙ୍କଟରେ ମାସ୍କର ଚାହିଦା ଦେଖି ବଜାରକୁ ଆସିଗଲା ମୋଦି-ରାହୁଲ ମାସ୍କ। ଏହା ସାଧାରଣ ମାସ୍କ ପରି। ହେଲେ ଦେଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁହଁ ଓ ରାହୁଲ ଗାନ୍ଧିଙ୍କ ମୁହଁ ପରି ହୋଇଛି। ଭୋପାଳର ଜଣେ ବ୍ୟବସାୟୀ କୁନାଲ ପରିୟାନି କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ୫ଶହରୁ ୧୦୦୦ ପର୍ଯ୍ୟନ୍ତ ମୋଦି ମାସ୍କ ମୁଁ ବିକ୍ରି କରି ସାରିଛି। ଯାହାର ଚାହିଦା ଏବେ ବଜାରରେ ରହିଛି। ଏଥିସହିତ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ମଧ୍ୟପ୍ରଦେଶ ମୁୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ମାସ୍କ ମଧ୍ୟ ବିକ୍ରି କରୁଥିବା ସେ କହିଛନ୍ତି। ଏହି ସବୁ ମାସ୍କର ଚାହିଦା ବଜାରରେ ବଢ଼ୁଛି ବୋଲି ସେ କହିଛନ୍ତି।

ମୋଦି ମାସ୍କ ବଜାରକୁ ଆସିବା ପରେ ମୋଦିଙ୍କ ଫ୍ୟାନଙ୍କ ମଧ୍ୟରେ ଅଦଭୁତ ଆଗ୍ରହ ଦେଖିବାକୁ ମିଳିଲାଣି। ଏଥର ମାସ୍କ ବଜାରରେ ମୋଦି ରାହୁଲ ମାସ୍କ ଭଲ ବେପାର କରିବା ନେଇ ବ୍ୟବସାୟୀ ମଧ୍ୟ ଆଶା ରଖିଛନ୍ତି । ଗ୍ରହକଙ୍କୁ ଆକୃଷ୍ଟ କରିବାକୁ ଦୋକାନୀମାନେ ମଧ୍ୟ ମୋଦି ରାହୁଲ ମାସ୍କ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି।

Comments are closed.