ଲଘୁଚାପ ବର୍ଷା : ଜଳକା ଛଡ଼ା ଅନ୍ୟ ନଦୀରେ ବନ୍ୟା ନାହିଁ

ଭୁବନେଶ୍ୱର: ଲଘୁଚାପ ବର୍ଷାରେ କେବଳ ଜଳକା ନଦୀରେ ବନ୍ୟା ସ୍ଥିତି ଅଛି। ଅନ୍ୟ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ। ବର୍ଷା ଓ ସମ୍ଭାବ୍ୟ ବନ୍ୟା ନେଇ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଏହା କହିଛନ୍ତି।
ସେ କହିଛନ୍ତି ଯେ, ଜଳକା ଛଡ଼ା ଅନ୍ୟ ସବୁ ନଦୀର ଜଳସ୍ତର ବିପଦ ସଂକେତ ତଳେ ରହିଛି। ହୀରାକୁଦ ଡ୍ୟାମର ୧୪ଟି ଗେଟ ଖୋଲା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ବର୍ଷା ହୋଇନାହିଁ । ଆଗକୁ ଆସୁଥିବା ଲଘୁଚାପ ନେଇ ମଧ୍ୟ ବିଭାଗ ପ୍ରସ୍ତୁତ ରହିଛି। ରାଜ୍ୟରେ ଏବେ ୪୮ଟି ନଦୀ ବନ୍ଧ ଦୁର୍ବଳ ରହିଛି। ଏନେଇ ପଦକ୍ଷେପ ନିଆଯାଉଛି ବୋଲି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।
Comments are closed.