ଦେଶରେ କରୋନା: ୨୪ ଘଣ୍ଟାରେ ୯୭,୫୭୦ ଆକ୍ରାନ୍ତ, ୧୨୦୧ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହେଇ ବୃଦ୍ଧି ପାଇବାକୁ ଲାଗିଛି। ୨୪ ଘଣ୍ଟାରେ ୯୭,୫୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୦୧ ଜଣଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୭,୪୭୨ରେ ପହଞ୍ଚିଛି।
ନୂଆ ସଂକ୍ରମିତଙ୍କ ସଂଖ୍ୟାକୁ ମିଶାଇ ମୋଟ ଆକ୍ରାଙ୍କ ସଂଖ୍ୟା ୪୬ ଲକ୍ଷ ୫୯ ହଜାର ୯୮୫କୁ ବୃଦ୍ଧି ପାଇଛି। ଏହାସହ ମୋଟ ସକ୍ରିୟ କେସ ୯,୫୮,୩୧୬ ରହିଥିବା ବେଳେ ୩୬,୨୪,୧୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।